News portal website
before header
[URIS id=5393]

ଚାଷୀଙ୍କ ଧାରଣା କେନାଲରେ ପହଞ୍ଚୁନି ପାଣି

0 105

ଅଷ୍ଟିନ ନିଉଜ
ତା-୧୭-୦୮-୨୦୨୩

ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୪ ନମ୍ବର କେନାଲ ଓ ଏହାର ଶାଖା କେନାଲ ତଳମୁଣ୍ଡରେ ପାଣି ପହଞ୍ଚୁନାହିଁ | ଏହି କେନାଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ହଜାର ହଜାର ଏକର ଜମିରେ ହୋଇଥିବା ଧାନଚାଷ ବାଧାପ୍ରାପ୍ତ ହୋଇଛି |ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ଏ ନେଇ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ| କାଏମା,ଗୋପନଗର ,ନାଉପାଳ,ଅନନ୍ତପୁର,ଗୋଗଳ ଓ ମିର୍ଜାପୁର ଗ୍ରାମର ଚାଷୀ ଶୋଲେଖ ରାଉତ,ଯୁଧିଷ୍ଠିର ବେହେରା, ପ୍ରକାଶ ବେହେରା, ଟୁଟୁ ନାୟକ, ଗୌତମ ଗୁରୁ, ଆନନ୍ଦ ଗୁରୁ,ଅଭିଷେକ ରାଉତ ପ୍ରଭୁତି ଆଜି ପୂର୍ବାହ୍ନରେ କାଏମାସ୍ଥିତ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ |ବିଭାଗୀୟ ଅଧିକାରୀ ନ ଆସିବାରୁ ଚାଷୀମାନେ ଧର୍ମଶାଳା ତହସିଲ କାର୍ଯ୍ୟାଳୟକୁ ଦୁଃଖ ଜଣାଇବାକୁ ଯାଇଥିଲେ ତହସିଲଦାରଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ | ଜାରକା ଜଳସେଚନ ଡିଭିଜନକୁ ଯାଇ ଅଧିକାରୀଙ୍କୁ ଭେଟ କରି କେନାଲ ପାଣି ସମ୍ପର୍କରେ ଅବଗତ କରିଥିଲେ | ଶ୍ରମିକଙ୍କ ବଦଳରେ ଜେସିବି ଲଗାଇ ଘାସ ଓ ଗଛଲତା ସଫା କରାଯାଉଛି | ଫଳରେ କେନାଲ ଖାଲଢିପ ହେଉଛି | ଏଥିପାଇଁ କେନାଲ ତଳମୁଣ୍ଡକୁ ପାଣି ଯାଉନାହିଁ ବୋଲି ଚାଷୀ ଅଭିଯୋଗ କରିଥିଲେ | ହେଲେ କେନାଲରେ ପାଣି ଯିବା ବ୍ୟବସ୍ଥା କରିବାକୁ ଚାଷୀ ନେତାମାନେ ଦାବି କରିଥିଲେ |

Leave A Reply

Your email address will not be published.