News portal website
before header
[URIS id=5393]

ତିନି ପ୍ରତିଶତରୁ କମ ଭାରତୀୟ ସୁଚନା ଆଇନ ଜାଣନ୍ତି!

0 290

ସୂଚନା ଅଧିକାର ଆଇନ ଲାଗୁ ହେବାର ବାର ବର୍ଷ ପରେ ମଧ୍ଯ ପ୍ରତିବର୍ଷ ୪୦ ରୁ ୬୦ ଲକ୍ଷ ସୂଚନା ଆବେଦନ ପତ୍ର ଦାଖଲ କରନ୍ତି;କିନ୍ତୁ ୩ ପ୍ରତିଶତରୁ କମ ଭାରତୀୟ ନାଗରିକ ଏହାର ଆବେଦନ କରନ୍ତି ବୋଲି ବିଶେଷଜ୍ଞ ମାନେ ମତ ରଖନ୍ତି।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୧୨-୧୦-୨୦୨୨

ଅକ୍ଟୋବର ୧୨ ତାରିଖକୁ ଦେଶରେ ସୂଚନା ଅଧିକାର ଆଇନ ଦିବସ ନାମରେ ପାଳନ କରାଯାଏ।ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ଆରଟିଆଇ ଦିବସ ପାଳନ କରାଯାଇଛି।ଆରଟିଆଇ କ୍ଲିନିକ ଆବାହାକ ମନୋରଞ୍ଜନ ପଣ୍ଡା ଏହି ସଭାକୁ ପରିଚାଳନାକରିଥିବା ବେଳେ,ଅଭିଯାନର ମୂଳ ଉଦ୍ଦେଶ୍ଯ ହେଉଛି,ଯୁବକ ମାନେ ପ୍ରଶ୍ନ ପଚାରିବା ନିମନ୍ତେ ସଶକ୍ତ ହେବା ସହ,ଆଗାମୀ ଦିନରେ କିଭଳି ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ସଚେତନତା ମାଧ୍ୟମରେ ଆଇନ ବିଷୟରେ ଜନସାଧାରଣଙ୍କୁ ଜଣାଯାଇ ପାରିବ,ତାହାକୁ ଅଗ୍ରାଧିକାର ଦେବାକୁ ପ୍ରସ୍ତାବ ଦେଇଥିଲେ।

ଦେଶର ନାଗରିକଙ୍କ ଦ୍ବାରା ଅଧିକ ବ୍ଯବହାର ହିଁ,ଦୁର୍ନୀତିକୁ ପ୍ରକାଶ କରୁଥିବା,ସୂଚନା କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ହ୍ରାସ କରିପାରିବ ବୋଲି,ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ ମହୋଦୟ,ମତ ଦେଇଥିଲେ।ସରକାର ନିଜ କାର୍ଯ୍ୟକୁ ଏତେ ସ୍ବଚ୍ଛ ରଖିବା ଦରକାର ଯେ,ରାଜ୍ୟ କିମ୍ବା ଦେଶରେ ସୂଚନା ଅଧିକାର ଆଇନରେ କିଛି ମାଗିବାକୁ ପଡିବ ନାହିଁ ବୋଲି ପୂର୍ବତନ ପ୍ରଶାସକ ତଥା ଆଇନଜୀବୀ ଶଶିଭୂଷଣ ଶୁକ୍ଳା ମତ ଦେଇଥିଲେ।ବିଗତ ୧୭ ବର୍ଷ ମଧ୍ଯରେ ଆବେଦନ ସଂଖ୍ଯା ବଢୁଛି ବୋଲି କେନ୍ଦ୍ରୀୟ ସୂଚନା ଆୟୋଗର ବାର୍ଷିକ ରିପୋର୍ଟକୁ ଅନୁଧ୍ଯାନ କଲେ ଜଣାପଡୁଛି।

ଦୁର୍ନୀତି ନିରାକରଣ କରିବା,ଉତ୍ତମ ଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଆଇନ ଆସିଥିବା ବେଳେ,ଆବେଦନ ଗୁଡିକର ଫଇସଲା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଭାବ ଏବଂ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ,ଏକ ସମସ୍ଯା ବୋଲି ସୂଚନା ଅଧିକାର କର୍ମୀ ନିଶିକାନ୍ତ ମହାପାତ୍ର କ୍ଷୋଭର ସହ କହିଥିଲେ।

ସୂଚନା ଅଧିକାରରେ କେମିତି ପ୍ରଶ୍ନ ତିଆରି କରାଯାଏ ଏବଂ ତାହାକୁ କିପରି କତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଏ,ଦ୍ବିତୀୟ ଅଧିବେଶନରେ ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ନେଇ ଏକ ତାଲିମ ଦିଆଯାଇଥିଲା।ସାମ୍ବାଦିକ ସନ୍ତୋଷ ପଣ୍ଡାଙ୍କ ସହ,ବୁଦ୍ଧିଜୀବୀ,ସମାଜସେବୀ,ଜନସାଧାରଣ ଉପସ୍ଥିତ ରହି ଆଲୋଚନା ଚକ୍ରକୁ ସଫଳ କରାଇ ଥିଲେ।

Leave A Reply

Your email address will not be published.