News portal website
before header
[URIS id=5393]

କରୋନାରେ ଯୁବ ସାମ୍ବାଦିକଙ୍କ ଦେହାନ୍ତ!

0 305

ଭୁବନେଶ୍ୱର

ତା-୦୫-୧୧-୨୦୨୦

କରୋନା ଦେଇଛି ଆଉ ଏକ ଦାରୁଣ ଦୁଃଖ । ଆଖି ବୁଜିଛନ୍ତି ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ । ଟେଲିଭିଜନ ସାମ୍ବାଦିକତାରେ ଦକ୍ଷ କ୍ରାଇମ ରିପୋର୍ଟର ଭାବେ ବେଶ୍ ଜଣାଶୁଣା ପ୍ରବୀର ।

ଓଡିଶା ହରାଇଲା ତାରକା ସାମ୍ବାଦିକ?

କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ପିତାଙ୍କ ମଧ୍ୟ ଦେହାନ୍ତ ହୋଇଥିଲା । ଏହାର କିଛି ଦିନ ପରେ ପ୍ରବୀର ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା ।

ଆଜି ସକାଳୁ ତାଙ୍କ ମୃତ୍ୟୁର ଦୁଃଖଦ ଖବର ଆସିଥିଲା । କୋଭିଡ ଯୁଦ୍ଧରେ ଏହି ପ୍ରତିଭାବାନ ସାମ୍ବାଦିକ ହାରିଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

www.austinnews.in

https:/www.facebookaustinnews.in

https:/www.youtubeaustinnews.in

https:/www.twitter@AustinNewsMedia

Leave A Reply

Your email address will not be published.