News portal website
before header
[URIS id=5393]

‘ମୋ ବସ୍‌’ ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ

0 150

କୋଣାର୍କ-ଭୂବନେଶ୍ୱର ରୁଟ୍‌ରେ ଚାଲୁଥିବା ‘ମୋ ବସ୍‌’ ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ ।ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ନିମପାଡା-କୋଣାର୍କ ଘରୋଇ ବସ୍ ମାଲିକ ସଂଘ ଆସୋସିଏସନ ଏହି ଅଞ୍ଚଳରେ ମୋ ବସ୍ ସେବାକୁ ବିରୋଧ କରିବା ପରେ କୋଣାର୍କ-ଭୁବନେଶ୍ୱର ଏବଂ ଅସ୍ତରଙ୍ଗ-ଭୁବନେଶ୍ୱର ମଧ୍ୟରେ ଘରୋଇ ବସ୍ ସେବା ବନ୍ଦ କରିଛନ୍ତି । ଭୁବନେଶ୍ୱରରୁ କୋଣାର୍କ ଚାଲୁଥିବା ମୋ ବସ୍ ସେବା ବିନା ପରମିଟ୍‌ରେ ଚାଲୁଥିବା ଅଭିଯୋଗ କରି ସଂଘ ଏହି ବନ୍ଦ ଘୋଷଣା କରିଛନ୍ତି । ଏହାର ପ୍ରତିବାଦରେ କୋଣାର୍କ-ଭୁବନେଶ୍ୱର ଏବଂ କାକଟପୁର-ଭୁବନେଶ୍ୱର ଚାଲୁଥିବା ସମସ୍ତ ଘରୋଇ ବସ୍ ସେବାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିଛି । ଏହା ସହିତ କୋଣାର୍କକୁ ଆସୁଥିବା ମୋ ବସ୍‌କୁ କୋଣାର୍କ ବସ୍ ଷ୍ଟାଣ୍ଡରେ ଅଟକ ରଖିଛନ୍ତି , ଫଳରେ ଯାତ୍ରୀ ପ୍ରଭାବିତ ହେଉଛନ୍ତି ।

Notice
Leave A Reply

Your email address will not be published.