ଅଷ୍ଟିନ ନ୍ଯୁଜ/ଯାଜପୁର

ତା-୦୯-୦୫-୨୦୨୨
ପରିବେଶ ସୁରକ୍ଷା ଓ ଯତ୍ନ ପାଇଁ ପାଦ କାଢିଛି ବୁଦ୍ଧଦେବ ବରିଷ୍ଠ ନାଗରିକ ମଞ୍ଚ।ଏହି ବରିଷ୍ଠ ନାଗରିକ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ପରିବେଶ ସୁରକ୍ଷା ଏବଂ ସଫେଇ ପାଇଁ ହାତ ବଢାଇଛନ୍ତି। ଏହି ଅନୁଷ୍ଠାନର ସମସ୍ତ ସଦସ୍ଯ ସିନିୟର ସିଟିଜେନ ହୋଇଥିବା ବେଳେ, ସେମାନଙ୍କର ସେବା କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରୁଛନ୍ତି।
ବଡଚଣା ବ୍ଲକ ବଣିଆରି ଗ୍ରାମରେ ଥିବା ଶୈବପୀଠ ମନ୍ଦିର ପରିସର ହତାରେ ପଡିଥିବା ଅଳିଆ ଆବର୍ଜନା,ଘାସ,ଶୁଖିଲା ପତ୍ର,ଏ ସବୁକୁ ବୁଦ୍ଧଦେବ ବରିଷ୍ଠ ନାଗରିକ ମଞ୍ଚର ସଦସ୍ଯ ସଫା କରୁଥିବାର ଆଜି ଦେଖିବାକୁ ମିଳିଥିଲା। ଏହି ସଫେଇ କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ସାମଲ,ପ୍ରମୋଦ କୁମାର ମହାନ୍ତି,ରାଖଲ ଚନ୍ଦ୍ର ଜେନା,ମଧୂସୂଦନ ପରିଡା,ସୁନନ୍ଦ ମହାପାତ୍ର,ସୁଦର୍ଶନ ମହାପାତ୍ର,କ୍ରୁପାସିନ୍ଧୁ ଜେନା,ପ୍ରଫୁଲ୍ଲ ସାମଲ,ସୁବାଶ ଚନ୍ଦ୍ର ପରିଡା,ରଘୁନାଥ ଦାସ,ଅଜୟ ପରିଡା,ଗୌରାଙ୍ଗ ଦାସ,ରାଜକିଶୋର ପରିଡା ଆଦି ସାମିଲ ହୋଇ କାର୍ଯ୍ୟକ୍ରମ କରିଥିଲେ।

