News portal website
before header
[URIS id=5393]

ଆରପାରିରେ ପଦ୍ମଶ୍ରୀ ରଜତ କର।

0 490

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

Notice

ତା-୦୮-୦୫-୨୦୨୨

ମହାନ୍ ସାରସ୍ଵତ ସାଧକ, ପ୍ରାଜ୍ଞ ପ୍ରଵଚକ, ପ୍ରବୀଣ ବକ୍ତା , ଶ୍ରୀଜଗନ୍ନାଥ ସଂସ୍କୃତି ର ସମର୍ପିତ ଉପାସକ ପଦ୍ମଶ୍ରୀ ରଜତ କର ଇହଲୀଳା ସମ୍ବରଣ କରିଛନ୍ତି।ପ୍ରବୀଣ ଶିକ୍ଷାବିତ,ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା , ବିଗତ ଦୀର୍ଘ ୬୦ ବର୍ଷ ଧରି ସେ ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ (ଟିଭି )ଓ ଆକାଶବାଣୀରେ ( ରେଡ଼ିଓରେ ) ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିଆସୁଥିଲେ।ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ସୁଖ୍ୟାତି ସମଗ୍ର ଭାରତ ବର୍ଷରେ ରହିଆସିଛି।

୧୯୩୪ ମସିହା, ଅକ୍ଟୋବର ୨ ତାରିଖ ରେ ପିତା କୁଳମଣି କର ଓ ମାତା ଇନ୍ଦୁମତୀ ଦେବୀ ଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିବା ଏହି ମହାନ ଓଡ଼ିଆ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ବରେଣ୍ୟ ପଦ୍ମଶ୍ରୀ ରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ।ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ।ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି।

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଛନ୍ତି ।ତନ୍ମଧ୍ୟରେ “ଜନ ଜୀବନରେ ଜଗନ୍ନାଥ “, “ଅନନ୍ୟ ଜଗନ୍ନାଥ ଅନୁଭୁତିର” ,”ଅନ୍ଧପୁଟୁଳି “, “ଚନ୍ଦନ ହଜୁର”,”ଜଣାଣ ଜଣାଉଛି ଜଗନ୍ନାଥଙ୍କୁ “, ବାଇଶି ପାବଚ୍ଛ ,ବୀର ଚାଖି ଖୁଣ୍ଟିଆ,”ଜନମାନସରେ ଭଞ୍ଜ ” ପ୍ରଭୃତି ସାରସ୍ଵତ ସୃଷ୍ଟି ଓଡ଼ିଆ ବାଣୀ ଭଣ୍ଡାର ର ଅମ୍ଲାନ ପଣ୍ୟ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅକଳ୍ପନୀୟ ପ୍ରତିଭା ତଥା ସୃଷ୍ଟି ସମୂହର ଜଣେ ଗବେଷକ ଭାବରେ ଯେପରି ତାଙ୍କର ପ୍ରଜ୍ଞା ପ୍ରତିଫଳିତ , ଠିକ୍ ସେହିପରି ପାଲା ସାହିତ୍ୟ ସଂସ୍କୃତି ର ଜଣେ ସମର୍ପିତ ଉପାସକ ଭାବେ ସୁପରିଚିତ ଥିଲେ ଏବଂ ବିଭିନ୍ନ ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ଦ୍ଵାରା ପାଲା ସାହିତ୍ୟ ପ୍ରତିଯୋଗିତା ଅର୍ଥାତ୍ ବାଦି ପାଲା ର ବିଚାରକ ଭାବେ ତାଙ୍କର ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ଵ ପାଇଥିଲେ ଅଜସ୍ର ଦର୍ଶକୀୟ ପ୍ରଶଂସା ।

Leave A Reply

Your email address will not be published.