News portal website
before header
[URIS id=5393]

ପୋଲିସ କବଜ୍ଜାରେ ବାଇକ ଲୁଟେରା!

0 278

ଅଷ୍ଟିନ୍ ନ୍ଯୁଜ/କଟକ

ତା-୦୨-୦୫-୨୦୨୨

ଦୀର୍ଘଦିନ ଧରି ବାଇକ ଲୁଟ କରି ଆସୁଥିବା ଗ୍ଯାଙ୍ଗକୁ ଧରିଛି ପୋଲିସ।ଯାଜପୁର ଜିଲ୍ଲାର କୁଖ୍ୟାତ ବାଇକ ଲୁଟେରା,ଜେନାପୁର ଥାନା ଅନ୍ତର୍ଗତ ମୁରାରିପୁର(ବାଲିସାହି)ଗ୍ରାମର ସ୍ବର୍ଗତ ଅନୁକୂଳ ଜେନାଙ୍କ ପୁଅ ଚଗଲି ଜେନା,କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ କଂଶ ଗ୍ରାମର ସ୍ବର୍ଗତ ଘନଶ୍ୟାମ ବେହେରାଙ୍କ ପୁଅ ସନ୍ତୋଷ ବେହେରା ଏବଂ ସେହି ଘଷିପୁରା ଥାନା ଅନ୍ତର୍ଗତ କୋହ୍ଲାବେଡ଼ା ଗ୍ରାମର ବୁଦ୍ଧିରାମ୍ ତନ୍ତୀଙ୍କ ପୁଅ କହ୍ନେଇ ତନ୍ତୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ।

ସେମାନଙ୍କ ନିକଟରୁ ୧୫ଟି ଚୋରା ବାଇକ୍ ଜବତ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ।ଜବତ୍ ହୋଇଥିବା ସେହି ଗାଡ଼ି ଗୁଡ଼ିକ ମଧ୍ୟରୁ ଅଧିକାଂଶ ଯାଜପୁର ଲୋକଙ୍କର ଥିବା ପୋଲିସ୍ ସୂଚନାରୁ ଜଣାପଡିଛି ।ସେହିସବୁ ଗାଡ଼ି ଚୋରି ନେଇ ଗାଡ଼ି ମାଲିକ ମାନେ ବଡ଼ଚଣା, ଧର୍ମଶାଳା, ଯାଜପୁର, ଯାଜପୁର ରୋଡ଼ ଏବଂ କଳିଙ୍ଗ ନଗର ଥାନାରେ ପୂର୍ବରୁ ଏତଲା ଦେଇଥିଲେ। ପୋଲିସର ଚଢାଉ ବେଳେ ଧରାପଡିଥିବା ଜଣାପଡିଛି।

Leave A Reply

Your email address will not be published.