News portal website
before header
[URIS id=5393]

ଅବହେଳିତ ଓ ଶୋଷିତ ଚାଷୀଙ୍କ ଭିଜିଲାନ୍ସ ଅଧୀକାରୀଙ୍କୁ ଲିଖିତ ଚିଠି।

0 599

ଭିଜିଲାନ୍ସ ସ୍କାନରରେ ସମବାୟ ସମିତି ବିଭାଗ!

Notice

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୧-୦୪-୨୦୨୨

କାହା ଚାପରେ ତଦନ୍ତ ଚେପା?

ବହୁଚର୍ଚ୍ଚିତ ସାଉଡିଆ ସମବାୟ ସମିତିରେ ହୋଇଥିବା ଚାଷୀଙ୍କ ଅଭିଯୋଗ ଏବଂ ଅନିୟମିତତାକୁ ନେଇ ସର୍ବସାଧାରଣରେ ଉଠିଥିବା ପ୍ରଶ୍ନରେ କିଏ ଦେବ ଉତ୍ତର?ଆଗାମୀ ଦିନରେ ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରିବାକୁ ସଜବାଜ ହେଲେଣି ଚାଷୀ।ସୂଚନା ଅନୁସାରେ ମାର୍ଚ୍ଚ ୨୨ରୁ ଯାଜପୁର ଏ.ଆର.ସି.ଏସ ଅଧିକାରୀଙ୍କୁ ଏହି ସମବାୟ ସମିତିର ଚାଷୀ ଲିଖିତ ଅଭିଯୋଗ କରିଥିଲେ।

ଅଷ୍ଟିନ ନ୍ଯୁଜରେ ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୋଗର କୌଣସି ତଦନ୍ତ ହୋଇନଥିବା ଅଷ୍ଟିନ୍ ନ୍ଯୁଜ ଅନୁସନ୍ଧାନରୁ ଜଣାପଡିଛି।ସବୁଠାରୁ ବଡକଥା ହେଉଛି ଅଭିଯୋଗର ସତ୍ଯାସତ୍ଯ ଏବଂ ନିରପେକ୍ଷ ତଦନ୍ତ ପାଇଁ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ- ଡି. ଆର କଟକ ଏବଂ ରେଜିଷ୍ଟାର କୋ-ପେରେଟିଭ ଭୁବନେଶ୍ୱର, ଅଧିକାରୀଙ୍କୁ ଚିଠି ଲେଖିଲା ପରେ ମଧ୍ଯ ତଦନ୍ତ ଫଳ ଶୂନ୍ଯ।

କେବଳ ସାଉଡିଆ ସମବାୟ ସମିତି ନୁହଁ, ଭରତପୁର ସମବାୟ ସମିତିରେ ମଧ୍ଯ ଧାନ ବିକ୍ରି ଏବଂ ଟୋକନ ଅନିୟମିତତାକୁ ନେଇ ବିବାଦ ଦେଖାଦେଇଛି।କୁହାଯାଉଛି କିଛି ଉପରିସ୍ଥ ବିଭାଗୀୟ ଅଧିକାରୀ ତଳ ତଳିଆ କର୍ମଚାରୀ ବିଶେଷତଃ ସମ୍ପାଦକଙ୍କୁ ସୁରକ୍ଷା ଦେବା ପାଇଁ ଅସମ୍ଭବ ନିରବଦ୍ରଷ୍ଚା ସାଜିଛନ୍ତି।ଅପରପକ୍ଷରେ ଶୋଷିତ ଅବହେଳିତ ଚାଷୀ ଏହି ଘଟଣାର ଉପଯୁକ୍ତ ତଦନ୍ତ ଏବଂ ନ୍ଯାୟ ପାଇଁ ଓଡ଼ିଶା ଭିଜିଲାନ୍ସ ଅଧୀକାରୀଙ୍କୁ ଲିଖିତ ଚିଠି ଲେଖିଥିବା ଜଣାପଡିଛି।

Leave A Reply

Your email address will not be published.