ଅଷ୍ଟିନ ନ୍ଯୁଜ/ଯାଜପୁର

ତାରିଖ-୧୪-୦୨-୨୦୨୨
ନିର୍ବାଚନ ସରିବା ପରେ ସରକାରୀ କାର୍ଯ୍ଯାଳୟରେ ଚାଲିଛି ମନମୁଖୀ କାମ,କର୍ମଚାରୀଙ୍କ ଆସିବା ଯିବା ସମୟରେ ରହୁନାହିଁ ତାଳମେଳ। ମୋଟାମୋଟି ଭାବେ, ଅଫିସ ସମୟରେ ଆସୁନାହାନ୍ତି କର୍ମଚାରୀ।
ଦୀର୍ଘଦିନ ଧରି ହୋଇଆସୁଥିବା ଅଭିଯୋଗର ସତ୍ଯତା ପରକ୍ଷିବା ପାଇଁ, ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଥିଲା ଟିମ ଅଷ୍ଟିନ ନ୍ଯୁଜ। ସାଉଡିଆ ପଞ୍ଚାୟତ, ସାଉଡିଆ ସମବାୟ ସମିିତିିରେ ଦାୟିତ୍ୱରେ ଥିବା ସମ୍ପାଦକ ନିୟମିତ ଅଫିସ ଆସୁ ନ ଥିବା ଅଭିଯୋଗ କରିଥିଲେ ଚାଷୀ। ଫଳରେ ସେମାନଙ୍କ ଟୁୁକନ ଦେଇ ଧାନ ବିକିିବା, ଏବଂ ଋଣ ଆଣିବାରେ ନାହିଁ ନ ଥିବା ଅସୁବିଧା ହେଉଥିବାର ଅଭିଯୋଗ ହେଉ ଆସୁଥିଲା।।ଆଜି ମଧାହ୍ନ ବାରଟା ସୁଦ୍ଧା ସମ୍ପାଦକ ମହାଶୟ ଆସି ନ ଥିବା ଜଣାପଡିଛି।
