ଅଷ୍ଟିନ ନ୍ଯୁଜ/ବଡଚଣା

ଦିନକୁ ଦିନ ଶାସକଦଳର ବିଧାୟକ କ୍ରୁର ହେଇଯାଉଥିବାର ପରିଲିକ୍ଷିତ ହେଉଛି।ନିଜର କର୍ମୀମାନଙ୍କୁ ସଂସ୍କାର ଦେବାରେ କେଉଁଠି ନା କେଉଁଠି ଅଭାବ ରହୁଛି। ଆମେ କହୁଛୁ ନିଜକୁ ବରିଷ୍ଠ ବୋଲାଉଥିବା ବଡଚଣାର ବିଧାୟକ ଅମର ଶତପଥୀଙ୍କ କଥା। ବିଧାୟକ ମହାଶୟଙ୍କ ପଞ୍ଚାୟତରେ ସମସ୍ୟା ମୂଳକ ଖବର ସଂଗ୍ରହ କରିବା ଏବଂ ପ୍ରସାରଣ କରିବାର ନକରାତ୍ମକ ପ୍ରଭାବ ପଡିଛି, ବଡ ଖବର ସାମ୍ବାଦିକ ଦିଲ୍ଲୀପ ସାହୁଙ୍କ ଓପରେ।

ଖବର ଅନୁଯାୟୀ ଦିଲ୍ଲୀପ ସାହୁ କିଛିଦିନ ତଳେ ବିଧାୟକଙ୍କ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଏବଂ ବିଭିନ୍ନ ସମସ୍ୟା ମୂଳକ ଖବର ସଂଗ୍ରହ କରିଆସୁଥିଲେ। ଏହି ଖବରରେ ବିଧାୟକଙ୍କ ଆନୁଗତ୍ୟ ଉତକ୍ଷିପ୍ତ ହୋଇ ଟେଲିଫୋନ କରି ଅଶ୍ଳୀଳ ଶବ୍ଦରେ ଗାଳିଗୁଲଜ କରିବା ସହ, ବିଧାୟକ ଆମର, ବାଡେଇକି ହାଡ ଗୋଡ ଚୁନା କରିଦେଲେ କ’ଣ କରିବୁ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି ବାଲିଚନ୍ଦ୍ରପୁର ପୋଲିସ ଷ୍ଟେସନରେ।

ସାମ୍ବାଦିକ ଦିଲ୍ଲୀପ ସାହୁ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିବା ବେଳେ,ତଦନ୍ତ ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ ଅଭିଯୋଗକୁ ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
