News portal website
before header
[URIS id=5393]

ମାଲବାହୀ ଟ୍ରେନ ଦୁର୍ଘଟଣା ଗ୍ରସ୍ତ

0 199

ଭୁବନେଶ୍ବର

ତା-୦୫-୨୦-୨୦୨୦

ବାଲେଶ୍ୱର ଜିଲ୍ଲା ସୋରୋ ରେଳ ଷ୍ଟେଶନରେ ସୋମବାର ରାତିରେ ଘଟିଛି ରେଳ ଦୁର୍ଘଟଣା । ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଷ୍ଟେଶନର ଫୁଟ ଓଭରବ୍ରିଜ ଭାଙ୍ଗିଯାଇଛି । ଟ୍ରେନର ଉପର ପାର୍ଶ୍ୱ ସହ ଫୁଟ ଓଭରବ୍ରିଜର ରେଲି ଧକ୍କାହେବା ଫଳରେ ବ୍ରିଜଟି ଭାଙ୍ଗିଯାଇଥିବା ସୂଚନା ମିଳିଛି ।ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ନାହିଁ ।

ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ବର୍ତ୍ତମାନ ସୁଦ୍ଧା ସୋରୋ ଷ୍ଟେଶନ ନିକଟରେ ଠିଆ ହୋଇ ରହିଛି । ଫଳରେ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଦୁର୍ଘଟଣାର କାରଣ ଖବର ଲେଖା ହେଲା ସୁଦ୍ଧା ଜଣାପଡି ନାହିଁ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.