News portal website
before header
[URIS id=5393]

ଡରାଇଲାଣି ବର୍ଷା : ୯ରେ ଆଉ ଏକ ଲଘୁଚାପ, ୧୩ ତାରିଖରେ ନେବ ବାତ୍ୟାର ରୂପ !

0 304

ଭୁବନେଶ୍ୱର

୦୪ ।୧୦। ୨୦୨୦

ଉତ୍ତର ଉପକୂଳରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ହେଲା ଲାଗି ରହିଛି ବର୍ଷା । ବର୍ଷାକୁ ଦେଖି ୧୬ ଜିଲ୍ଲାରେ ୟେଲୋ ୱାର୍ଣିଂ ଜାରି କରାଯାଇଛି । ସେପଟେ ଆସନ୍ତା ୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଏବଂ ଓଡିଶା ଉପକୂଳ ନିକଟରେ ଅବପାତର ରୂପ ନେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡିଶାରେ ୧୧ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ବର୍ଷାକୁ ଦେଖି ଜିଲ୍ଲାପାଳ ମାନେ ସଜାଗ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ଦୁଇ ଦିନ ହେଲା ବର୍ଷୁଛି । ଏମିତି ବର୍ଷା ୭ ଯାଏ ଲାଗି ରହିବ ବୋଲି ଆକଳନ କରିଛି ପାଣି ପାଗ ବିଭାଗ । ଏହା ପଛକୁ ପଶ୍ଚିମ ବଙ୍ଗୋପ ସାଗରରେ ୯ରୁ ଆଉ ଏକ ଲଘୁଚାପ ଆସୁଛି । ୧୩ ତାରିଖ ବେଳକୁ ଏହା ‘ସାମୁଦ୍ରିକ ବାତ୍ୟା’ର ରୂପ ନେଇ ଓଡିଶା ଉପକୂଳକୁ ମୁହାଁଇପାରେ । ଅକ୍ଟୋବର ଆରମ୍ଭରୁ ଓଡିଶା ବାସୀଙ୍କୁ ଏମିତି ଡରାଇଲାଣି ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ତିନିଦିନ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଢ଼େଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଆଦି ୧୫ ଜିଲ୍ଲାରେ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି । ସେପଟେ ୯ ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବ । ୧୩ ତାରିଖ ବେଳକୁ ‘ସାମୁଦ୍ରିକ ବାତ୍ୟା’ର ରୂପ ନେଇପାରେ, ଦକ୍ଷିଣ ଓଡ଼ିଶା ଆଡକୁ ଅଗ୍ରସର ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ଦୁଇ ଦିନ ହେଲା ଲଗାଣ ବର୍ଷା ରହିଛି । ୧୬ ଜିଲ୍ଲାରେ ୟେଲୋ ୱାର୍ଣିଂ ଜାରି କରାଯାଇଛି। ସ୍ଥିତିକୁ ଦେଖି ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବା ଲାଗି କୁହାଯାଇଛି। ଏହା ସହ ଆବଶ୍ୟକ ପରିମାଣରେ ଖାଦ୍ୟ ପଦାର୍ଥ ଜିଲ୍ଲାରେ ମହଜୁଦ ଥିବା ଓ ସ୍ଥିତି ଦେଖି ଜିଲ୍ଲାପାଳ ମାନେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବମନ୍ତ୍ରୀ ।

୧୯୯୯ ମହାବାତ୍ୟା ପରଠୁ ଓଡିଶାକୁ ଅକ୍ଟୋବରରେ ବାତ୍ୟା ଭୟ ରହିଛି । ୨୦୧୩ ଅକ୍ଟୋବରରେ ଫାଇଲିନ, ୨୦୧୪ ଅକ୍ଟୋବର ହୁଡୁହୁଡୁ , ୨୦୧୮ ଅକ୍ଟୋବରେ ତିତିଲି ଓଡିଶା ବାସୀଙ୍କୁ ନାକେଦମ କରିଥିଲା । ଆଉ ଏବେ ଅକ୍ଟୋବରରେ ଲଘୁଚାପ କଣ୍ଟ ଖବର ରାଜ୍ୟବାସୀଙ୍କ ଭୟ ବଢାଇଲାଣି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟwww.austinnews.in ଲଗଇନ କରନ୍ତୁ। #facebookaustinnews

#youtubeaustinnews

#twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.