ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୪-୦୭-୨୦୨୧
କରୋନା ସଂକ୍ରମଣ କ୍ରମାଗତ ଭାବେ କମୁଥିବାର ଜଣାପଡିଛି । ଆଜି କଟକରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୨୮୭୦ ଜଣ କରୋନା ପଜିଟିଭ ରାଜ୍ୟରୁ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୬୫୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୨୧୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଅନୁଗୁଳରୁ ୯୯, ବାଲେଶ୍ବରରୁ ୨୪୦, ବରଗଡରୁ ୧୪, ଭଦ୍ରକରୁ ୧୨୮, ବଲାଙ୍ଗୀରରୁ ୨୯, ବୌଦ୍ଧରୁ ୧୩, କଟକରୁ ୪୪୦, ଦେବଗଡରୁ ୫, ଢେଙ୍କାନାଳରୁ ୮୫, ଗଜପତିରୁ ୭, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୧୧୨, ଯାଜପୁରରୁ ୧୯୧, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୫ ଜଣ ପଜିଟିଭ ଚିହ୍ନଟ ହୋଇଛି ।

ସେହିପରି କେନ୍ଦ୍ରାପଡାରୁ ୧୫୭, କେଉଁଝରରୁ ୬୬, ଖୋର୍ଦ୍ଧାରୁ ୩୮୪, କୋରାପୁଟରୁ ୬୦, ମାଲକାନଗିରିରୁ ୫୭,ମୟୂରଭଞ୍ଜରୁ ୧୬୪, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୧୦୫, ନୂଆପଡାରୁ ୭, ପୁରୀରୁ ୧୬୫, ରାୟଗଡାରୁ ୫୦, ସମ୍ବଲପୁରରୁ ୨୩, ସୋନପୁରରୁ ୧୦, ସୁନ୍ଦରଗଡରୁ ୮୭ ଓ ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ରହିଛନ୍ତି ।

ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ମାମଲା ୯୨୧୮୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ ୮୮୭୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୦୨୨୭ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଏଯାବତ ୧୪୦୫୦୭୭୧ଟି କରୋନା ନମୁନା ସଂଗ୍ରହ ହୋଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
