News portal website
before header
[URIS id=5393]

ନକଲି ବିଦେଶୀ ମଦରେ ଅବକାରୀ ବିଭାଗର ଚଢାଉ।

0 308

ଅଷ୍ଚିନ ନ୍ଯୁଜ/ମୟୂରଭଞ୍ଜ

Notice

ତା-୧-୦୭-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଆଜି ମୟୂରଭଞ୍ଜ ଅବକାରୀ ବିଭାଗ ତରଫରୁ ଏକ ହାତତିଆରି ବିଦେଶୀ ମଦ ଜବତ କରାଯାଇଛି । ମୟୂରଭଞ୍ଜ ଅବକାରୀ ବିଭାଗ , ଉଦଳା ଅବକାରୀ , ବାରିପଦା ଅବକାରୀ ଓ ବେତନଟୀ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏକ ହାତତିଆରି ବିଦେଶୀ ମଦ ତିଆରି କରାଯାଉଥିବା ଅବସ୍ଥାରେ ଜଣେ ଲୋକଙ୍କୁ ଗିରଫ କରାଯିବା ସହିତ ନକଲି ବିଦେଶୀ ମଦ ଜବତ ହୋଇ ଅଛି ।

ବଡ଼ସାହି ଥାନା ଅଧିନରେ ଥିବା ସାନକେରକର ଉଠାଣିନୂଆଗାଁର ବିକର୍ତନ ନାୟକଙ୍କ ଘରୁ ମଦ ତିଆରି ସାମଗ୍ରୀ ସହିତ କିଛି ମଦ ବୋତଲ ଅବକାରୀ ବିଭାଗର ହାତରେ ଲାଗିଅଛି । ୨୧.୬୦୦ ଲିଟର ମଦ ,୧୫ ଲିଟର ନକଲି ମଦ ,୧ଲିଟର ରଙ୍ଗ , ମଦ ଠିପି ୧୫୦ଟି , ଖାଲି ବୋତଲ ୨୮୦ଟି ଜବତ ହୋଇ ବେତନଟୀ ଅବକାରୀ ଅଫିସରେ ଅଛି ।

ବିଗତ ଏକ ମାସ ମଧ୍ୟରେ ଚୋରା ମଦ ତିଆରି ଓ ସାମଗ୍ରୀ , ବୋତଲ , ଷ୍ଟିକର , ଏପରିକି ସ୍ପିରୀଟି ବିଭିନ୍ନ ଥାନା ଇଲାକାରେ ଜବତ ହୋଇ ଅଛି । ଏହିପରି ଚଢ଼ାଉ ଜାରି ରହିଲେ ନକଲି ମଦ କାରଖାନା ଠାବ ହୋଇ ପାରନ୍ତା ।

Leave A Reply

Your email address will not be published.