ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୧-୦୭-୨୦୨୧
କୋୱିନ ଆପ ମାଧ୍ୟମରେ ଆଜିଠାରୁ ଘରୋଇ ହସ୍ପିଟାଲରେ ମିଳିପାରିବ କରୋନା ଟିକା । ଆଜିଠାରୁ କୋୱିନ୍ ଆପ୍ ଜରିଆରେ ଘରୋଇ ହସ୍ପିଟାଲଗୁଡିକୁ କୋଭିଡ୍ ଟିକା ମିଳିବ ବୋଲି ସୂଚନା ମିଳିଛି । ସେଥିଲାଗି କୋୱିନ ଆପରେ ସ୍ବତନ୍ତ୍ର ସ୍ଲଟ ଉପଲବ୍ଧ ରହିବ। ନ୍ୟାସନାଲ ହେଲଥ୍ ଅଥରିଟି ପୋର୍ଟାଲ ଜରିଆରେ ସେମାନେ ଏହାର ମୂଲ୍ୟ ପୈଠ କରିବେ ବୋଲି କୁହାଯାଇଛି ।ଘରୋଇ ହସ୍ପିଟାଲଗୁଡିକ ନିର୍ମାତା କମ୍ପାନୀଙ୍କ ନିକଟରୁ ସିଧାସଳଖ କୋଭିଡ୍ ଟିକା କିଣିପାରିବେ ନାହିଁ ।

କୋଭିଡ୍ ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ କୋୱିନ୍ ଆପ୍ ପ୍ରସ୍ତୁତ କରାଯାଇଛି । ସେହି ଆପ ସ୍ୱଚ୍ଛ ଓ ସହଜ ପ୍ରଣାଳୀ ହୋଇଥିବାରୁ ଘରୋଇ ହସ୍ପିଟାଲଗୁଡିକୁ ଟିକା ସଂଗ୍ରହ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।ବର୍ତ୍ତମାନ ଦେଶରେ ପ୍ରସ୍ତୁତ ହେଉଥିବା ଟିକାର ୭୫ ପ୍ରତିଶତ ସରକାରଙ୍କ ହେପାଜତକୁ ଯାଉଥିବାବେଳେ ଅବଶିଷ୍ଟ ୨୫ ପ୍ରତିଶତ ଘରୋଇ ହସ୍ପିଟାଲଗୁଡିକୁ ବିକ୍ରି କରାଯାଉଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
