News portal website
before header
[URIS id=5393]

ପେଟ୍ରୋଲରେ ପାଣି ଦେଖି ଉତ୍ୟକ୍ତ ଲୋକେ।

0 420

ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ

Notice

ତା-୨୭-୦୬-୨୦୨୧

ରିପୋର୍ଟର- ଜଗବନ୍ଧୁ ପ୍ରଧାନ

ପେଟ୍ରୋଲ ଟାଙ୍କିରୁ ପାଣି ମିଶା ତେଲକୁ ନେଇ ଗ୍ରାହକ ମହଲରେ କ୍ଷୋଭ।ଦିନକୁ ଦିନ ପେଟ୍ରୋଲର ଦର ବଢ଼ିବାରେ ଲାଗିଛି,ଫଳରେ ଗ୍ରାହକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ।ତୈଳର ମାନ କମିଲେ ଗ୍ରାହକ ମାନେ ବିଗିଡ଼ି ଯାଉଛନ୍ତି।କରଞ୍ଜିଆ ଥାନା ଅଧିନରେ ଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପରୁ ଆଜି ପାଣି ମିଶା ପେଟ୍ରୋଲ ବାହାରିଥିଲା।ଗାଡ଼ି ଚାଳକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ସେଠାରେ ଗଣ୍ଡଗୋଳ ପରିସ୍ଥିତି ମଧ୍ଯ ସୃଷ୍ଟି ହୋଇଥିଲା,ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲେ ଏବଂ ଲୋକଙ୍କ ସହିତ ବୁଝାମଣା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

କରଞ୍ଜିଆ ଥାନାର ଅଧିକାରୀ ରଞ୍ଜନ କୁମାର ସେଠି ନିଜେ ଟାଙ୍କିରୁ ତେଲ ମିଶା ପାଣି ଦେଖିଥିଲେ ।ସେହି ତୈଳ ଟାଙ୍କିରୁ ଶତକଡା ୪୦ ଭାଗ ଜଳ ପେଟ୍ରୋଲ ସହିତ ମିଶି ରହିଥିବାର ଉପଲବ୍ଧି କରିବା ପରେ,ଟାଙ୍କିକୁ ବନ୍ଦ ରଖିଥିଲେ । ରିଲାଏନ୍ସ ଟାଙ୍କିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଖୋଲାଖୋଲି ଭାବେ ମାନିଛନ୍ତି,ଟାଙ୍କିରୁ ପାଣି ମିଶା ପେଟ୍ରୋଲ ବାହାରୁଛି ଏବଂ ଏହି ପାଣି ଟାଙ୍କିରେ ଲିକ ଥିବା ଯୋଗୁଁ ହେଉଛି।

Leave A Reply

Your email address will not be published.