ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୪-୦୬-୨୦୨୧
ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ରାଜ୍ୟ ଅତିରିକ୍ତ ପୋଲିସ ଡିଜି ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାଇତ୍ବ ମିଳିଛି। ବରିଷ୍ଠ ଆଇପିଏସ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ଲଳିତ ଦାସଙ୍କୁ ଗୁଇନ୍ଦା ବିଭାଗ ଦାୟିତ୍ବ ମିଳିଛି।

ଚର୍ଚ୍ଚିତ ଆଇପିଏସ ଅରୁଣ ବୋଥ୍ରା ପରିବହନ ଦାୟିତ୍ବରେ ରହିଥିବା ବେଳେ ଆର କେ ଶର୍ମା ଆଇନ ଶୃଙ୍ଖଳା ଏଡିଜି ଦାୟିତ୍ବ ମିଳିଛି। ଏହା ସହିତ ଅସିତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି।ସଂଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ସହିତ ପୋଲିସ ଗୃହ ନିର୍ମାଣ ଦାୟିତ୍ବ ତୁଲାଇବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
