News portal website
before header
[URIS id=5393]

ରାସ୍ତାରୁ ସିଧା ନଦୀକୁ ଖସି ପଡିଲା କାର ; ଜଣେ ମୃତ, ୭ ଯୁବକ ଉଦ୍ଧାର!!

0 196

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୩-୦୬-୨୦୨୧

ୟୁପିର ରାଜଧାନୀ ଲକ୍ଷ୍ନୌରେ ବନ୍ଧୁଙ୍କ ଘରୁ ପାର୍ଟି ସାରି ଫେରୁଥିବା ସମୟରେ ଯୁବକଙ୍କ କାର ଖସିଯିବା କାରଣରୁ ନଦୀରେ ବୁଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ଡ୍ରାଇଭର ସମେତ ଆଠ ଜଣ କାରରେ ଥିଲେ। ଘଣ୍ଟା ଘଣ୍ଟା ପରିଶ୍ରମ ପରେ କାରରେ ଥିବା ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଏହି ଦୁର୍ଘଟଣାରେ ଜଣେ ଜୁବକଙ୍କର ମୃତ୍ୟୁ ଘଟିଛି।

ପୋଲିସ କାରଟିକୁ ନଦୀରୁ ବାହାର କରିଛି। ସୂଚନାନୁସାରେ, ଯୁବକମାନେ ପାରା ପୋଲିସ ଷ୍ଟେସନର ବୁଦ୍ଧେଶ୍ୱର ନିବାସୀ ଆଲୋକ ଗୁପ୍ତାଙ୍କ ବୋଲେରୋ କାରରେ ବାରବାଙ୍କି ଯାଇଥିଲେ ଏବଂ ତାଙ୍କ ବନ୍ଧୁ ବିଜୟଙ୍କ ଘରୁ ପାର୍ଟି କରିବା ପରେ ଫେରୁଥିଲେ। ଏହି ସମୟରେ ଯୁବକମାନେ ଲକ୍ଷ୍ନୌର ଥାନା ମହାନଗର ଠାରେ ଥିବା ପେପର ମିଲ୍ କଲୋନୀ ନିକଟରେ ନଦୀ ପାଖରେ ଥିବା ରାସ୍ତାରେ କାର ପାର୍କିଂ କରି ମଜା କରିବା ଆରମ୍ଭ କରିଥିଲେ। ଏହି ସମୟରେ ହଠାତ୍ କାରଟି ଖସିଯିବା କାରଣରୁ ନଦୀ ଭିତରକୁ ଚାଲିଯାଇଥିଲା ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

କାରରେ ଥିବା ଯୁବକମାନେ କାରରୁ ଓହ୍ଲାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହି ସମୟରେ ପାଟ୍ରୋଲିଂ କରୁଥିବା କନଷ୍ଟେବଳ ଆଲୋକ ଯାଦବ ଏବଂ ନିଖିଲ ଶର୍ମା କାରଟି ନଦୀରେ ବୁଡ଼ି ଯାଉଥିବା ଦେଖିଥିଲେ। ଦୁହେଁ ତୁରନ୍ତ ଏସଡିଆରଏଫ୍ ଏବଂ ଅଗ୍ନିଶମ ଦଳକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଏସଡିଆରଏଫ୍ ଏବଂ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୬ଘଣ୍ଟାର ସଂଘର୍ଷ ପରେ ଯୁବକମାନଙ୍କୁ ଉଦ୍ଧାର କରିଥିଲେ। ସେଥିମଧ୍ୟରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ନିଖିଲ ଗୁପ୍ତା ବୋଲି ଜଣାପଡିଛି ।

ଲକ୍ଷ୍ନୌ ପୋଲିସ୍ କମିଶନର ଡି.କେ ଠାକୁରଙ୍କ ଅନୁଯାୟୀ ଯୁବକମାନେ ପାର୍ଟିରେ ଯୋଗଦେବା ପାଇଁ ଆଲୋକ ଗୁପ୍ତାଙ୍କ ବୋଲେରୋ ବୁକ୍ କରିବା ପରେ ବାରବାଙ୍କି ଯାଇଥିଲେ। ଅବଦୁଲ ଅଲିମ, ଶିବମ ସିଂ, ବିନୋଦ ପାଲ, ଗୌରବ ସିଂ, ବାବୁ ଗୁପ୍ତା, ନିଖିଲ ଗୁପ୍ତା ଏବଂ ଶିବମ ନାମକ ବ୍ୟକ୍ତିମାନେ ବାରବାଙ୍କି ଯାଇଥିଲେ। ଏହି ସମୟରେ ଗୌରଭ ସିଂ କାର ଚଳାଉଥିଲେ। ପାର୍ଟି ସାରି ଫେରୁଥିବାବେଳେ ସେମାନେ ମଜା କରିବା ପାଇଁ ନଦୀ କୂଳରେ ପହଞ୍ଚିଥିଲେ ଏବଂ କାରଟି ଖସିଯିବା ଯୋଗୁଁ ସମସ୍ତେ ନଦୀ ଭିତରେ ବୁଡି ଯାଇଥିଲେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.