News portal website
before header
[URIS id=5393]

୩୧ ସୁଦ୍ଧା ସିବିଏସଇ ରେଜଲ୍ଟ!!

0 229

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୮-୦୬-୨୦୨୧

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ । ୩୦-୩୦-୪୦ ଫର୍ମୁଲାରେ ରେଜଲ୍ଟ ପ୍ରକାଶ କରିବ ସିବିଏସଇ । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇପାରିବେ । ବୋର୍ଡ ପକ୍ଷରୁ ଅନଲାଇନ ରେଜିଷ୍ଟ୍ରସନ ଆରମ୍ଭ ହେବ । ସେହିପରି ଜୁଲାଇ୨୦ ସୁଦ୍ଧା ଦଶମ ଶ୍ରେଣୀର ପରୀକ୍ଷାଫଳ ବାହାରିବ । ଅନ୍ୟପଟେ ରାଜ୍ୟ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାଫଳ ପ୍ରକାଶ ନେଇ ଚୁଡାନ୍ତ ହୋଇଛି ନିଷ୍ପତ୍ତି ।

ବିଶେଷଜ୍ଞ କମିଟି ସହ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଦଶମ ଏକାଦଶ ଓ ଦ୍ବାଦଶ ପ୍ରିବୋର୍ଡ ମାର୍କ ଆଧାରେ ମୂଲ୍ୟାୟନ । ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସିବିଏସଇ କର୍ତ୍ତୃପକ୍ଷ । ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ନେଇ ମାନସ ମନ୍ଥନ । ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ମାଟ୍ରିକ ରେଜଲ୍ଟ ହେବ ସର୍ବୋତ୍ତମ ଆଧାର ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଅପେକ୍ଷାର ଅନ୍ତ, ଚୁଡ଼ାନ୍ତ ହେଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା । ମାଟ୍ରିକର ସର୍ବୋତ୍ତମ ୩ଟି ବିଷୟର ମାର୍କ ସମେତ ଏକାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାର ୩୦ ପ୍ରତିଶତ ମାର୍କ ଏବଂ ଦ୍ବାଦଶ ପ୍ରିବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ମାର୍କକୁ ନେଇ ମୂଲ୍ୟାୟନ କରିବ ସିବିଏସଇ । ପ୍ରାକ୍ଟିକାଲ ଶହେ ମାର୍କ ପାଇଁ ବିଦ୍ୟାଳୟ ଗୁଡ଼ିକ ଦାଖଲ କରିଥିବା ମାର୍କ ଆଧାରରେ ମୂଲ୍ୟାୟନ ହେବ ।

ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବା ପାଇଁ ସିବିଏସଇ ଆଶା ପ୍ରକାଶ କରିଛି । ସିବିଏସଇର ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ବାଗତ କରିଛନ୍ତି । ସିବିଏସଇର ପ୍ରକ୍ରିୟାରେ ସନ୍ତୁଷ୍ଟ ଥିବା ସହ ସନ୍ତୋଷଜନକ ମାର୍କ ନମିଳିଲେ ପରୀକ୍ଷା ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଛାତ୍ରଛାତ୍ରୀ ।ସେପଟେ ଯୁକ୍ତ ଦୁଇ ପରୀକ୍ଷା ନେଇ ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ କରୁଛି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ରାଜ୍ୟ ସରକାର ଗଠନ କରିଥିବା ବିଶେଷଜ୍ଞ କମିଟି ଖୁବଶୀଘ୍ର ତାର ରିପୋର୍ଟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରଦାନ କରିବ । ଏନେଇ ଆଜି ଶେଷଥର ପାଇଁ ବିଶେଷଜ୍ଞ କମିଟିର କିଛି ସଦସ୍ୟଙ୍କ ସହିତ ପରୀକ୍ଷା ନିୟନ୍ତ୍ରକ ଏକ ବୈଠକ କରିଛନ୍ତି । ବୈଠକରେ ମୂଲ୍ୟାୟନର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ମୂଲ୍ୟାୟନ ପାଇଁ ସ୍ବତନ୍ତ୍ର ପାରାମିଟର କରାଯାଇଛି ।

ମାଟ୍ରିକ ଫଳାଫଳକୁ ସର୍ବେତ୍ତମ ଆଧାର ଭାବେ ବିବେଚନା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ବିଶେଷଜ୍ଞ ରିପୋର୍ଟ ପାଇବା ପରେ ପରିଷଦ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ରାଜ୍ୟ ସରକାରଙ୍କ ମୋହର ପରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ସେପଟେ ପ୍ରକ୍ରିୟା ତୁରନ୍ତ ସାରି ଫଳ ପ୍ରକାଶ କରିବା ପାଇଁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.