News portal website
before header
[URIS id=5393]

ଦୁଇ ଖାକି ଭିତରେ ରାସ୍ତାରେ ଲଢ଼େଇ!!

0 755

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୬-୦୬-୨୦୨୧

କୋଭିଡ଼ ସମୟରେ ଏକ ଲଜ୍ୟା ଜନକ ଖବର ସାମ୍ନାକୁ ଆସିଛି। ଖାକି ଖାକି ଭିତରେ ରାସ୍ତାରେ ଲଢ଼େଇ । ଉଦଳା ଥାନା ତରଫରୁ ନିତିଦିନିଆ ପୋଲିସ ପେଟଲିଂ କଡାକଡି କରାଯାଇଛି । ଗତକାଲି ରାତିରେ ମେଣ୍ଢାଖାଇ ସ୍କୁଲ ରାସ୍ତାରେ ଖାକି ଖାକି ଭିତରେ ଲଢ଼େଇ ଦେଖିବାକୁ ମିଳିଛି । ପୋଲିସ ତରଫରୁ ମାସ୍କ ଚେକିଂକୁ ନେଇ ପୋଲିସ ଗାଡ଼ିରେ ଥିବା ସବ ଇନ୍ସପେକ୍ଟର ଶଶିଭୁଷଣ ପରିଡା ବାରିପଦା ମଣ୍ଡଳ କାରାଗାରର ପୋଲିସ ମନୋଜ କୁମାର କଅଁରଙ୍କୁ ମାସ୍କ କାହିଁକି ପିନ୍ଧି ନାହାଁନ୍ତି ବୋଲି ପଚାରି ଥିଲେ ।

ଯୁକ୍ତି ବଢିବା ଫଳରେ ହାତାହାତି ପର୍ଯ୍ୟନ୍ତ କଥା ଗଲା । ଘଟଣା ବଢିଯିବାରୁ ଉଦଳା ଥାନାରୁ ପୋଲିସ ପହଞ୍ଚି ମନୋଜ କୁମାରକୁ ଜୋର ଜବରଦସ୍ତ ଥାନାକୁ ଗାଡ଼ିରେ ଭର୍ତ୍ତି କରି ଆଣିବା ପାଇଁ ଚେଷ୍ଟା କରିଥିଲେ । ଅନେକ ବୁଝାସୁଝା ପରେ ମଧ୍ୟ ଦୁହେଁ ଥାନାକୁ ଆସିନଥିଲେ।ଦୁହିଁଙ୍କୁ ବହୁ ଚେଷ୍ଟା ପରେ ଜବରଦସ୍ତ ଥାନକୁ ଅଣାଯାଇଥିଲା । ଘଟଣାଟି ଆପଶା ବୁଝାସୁଝା ପରିବର୍ତ୍ତେ ବଢିବାରେ ଲାଗିଥିଲା ।ଏପଟେ ଥାନାରେ ଅଟକ ଥିବା ପୋଲିସ ମନୋଜଙ୍କ ସ୍ତ୍ରୀ ମାରଧର କରିଥିବା ପୋଲିସ ବିରୁଦ୍ଧରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ସମ୍ମାନ ଓ ମାନହାନୀ ସହ ଜୀବନ ପ୍ରତି ବିପଦ ରହିବା କଥା ଉଲ୍ଲେଖ କରି ଏକ କେସ କରି ଅଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ସେ ଅଭିଯୋଗରେ ଲେଖିଛନ୍ତି ଯେ , ତାଙ୍କ ସ୍ୱାମୀ ସହିତ ସେ ତାଙ୍କର ବାପଘର ରାଢେରୁ ଶାଳମୁଣ୍ଡଳୀ ଯାଉ ଥିଲେ । ପୋଲିସ ସେମାନଙ୍କୁ ଅଟକ ରଖି ମାରଧର କରିଥିଲା ଏବଂ ତାଙ୍କର ସ୍ୱାମୀଙ୍କୁ ଜବରଦସ୍ତ ଥାନାକୁ ଆଣି ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇଛନ୍ତି । ଯେତେ ମିନତୀ କରିଥିଲେ ମଧ୍ୟ ପୋଲିସ ଛାଡି ନଥିଲା। ପୁଲିସ ବିଭାଗରେ କାର୍ଯ୍ୟରତ ପୁଲିସମାନେ ବିଚ ରାସ୍ତାରେ ଲଢ଼େଇ ଲାଗିବା ଫଳରେ ଲୋକଙ୍କ ଆସ୍ଥା କମି ଯାଉଛି ଯାହାକୁ ସାଧାରଣରେ ବିରୋଧ କରାଯାଇଛି ।

କାର୍ଯ୍ୟରେ ଥିବା ଅଧିକାରୀ ଓ ଉଦଳା ପୋଲିସ ଜଣେ ପୋଲିସ କର୍ମଚାରୀ ଙ୍କୁ ଥାନାରେ ଆଣି ବସାଇ ରଖିଲେ ଅଥଚ ଏ ସମ୍ପର୍କରେ ଉଦଳାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ନଦେବାର ରହସ୍ୟ କଣ ?? ଏ ସମସ୍ତ ଘଟଣା ବାବଦରେ ମୟୂରଭଞ୍ଜ ଏସ . ପି ଅବଗତ ଅଛନ୍ତି କି ଏବଂ କି ଶୃଙ୍ଖଳାଗତ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇ ଯିବ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.