ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୬-୦୬-୨୦୨୧
ଗତ ମାସରେ ୧୧ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ସଙ୍ଘର୍ଷ ପରେ ଉଭୟ ପକ୍ଷ ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ଏବେ ପୁଣି ଇସ୍ରାଏଲ ଓ ଗାଜା ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲ ଗାଜା ଉପରେ ଆଉ ଥରେ ଆକ୍ରମଣ କରିଥିବା ସୂଚନା ମିଳିଛି ।
ଅସ୍ତ୍ରବିରତି ଉଲଙ୍ଘନ କରି ପୁଣି ଥରେ ଗାଜା ଉପରେ ରକେଟ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ପରେ ଘଟିଥିବା ସବୁଠାରୁ ବଡ ଘଟଣା ଅଟେ ।ଆକ୍ରମଣକୁ ନେଇ ଇସ୍ରାଏଲ କହିଛି ଯେ, ହମାସ ତରଫରୁ ଗୁଳିଗୋଳା ମାଡ ହେବା ପରେ ରକେଟ୍ ଆକ୍ରମଣ କରାଯାଇଛି ।

ଏହାର ଠିକ୍ ପୂର୍ବରୁ ଇସ୍ରାଏଲର ଦକ୍ଷିଣପନ୍ଥୀମାନେ ଜେରୁଜେଲମ ନିକଟରେ ଶୋଭାଯାତ୍ରା କରିଥିଲେ । ଅନେକ ଉତ୍ତେଜନାପୂର୍ଣ୍ଣ ନାରା ମଧ୍ୟ ସେମାନେ ଲଗାଇଥିଲେ । ପାଲେଷ୍ଟାଇନ୍ ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା ।ସୂଚନାଯୋଗ୍ୟ, ଗତମାସରେ ଉଭୟ ପକ୍ଷ ମଧ୍ୟରେ ୧୧ ଦିନ ଧରି ଯୁଦ୍ଧ ଚାଲିଥିଲା ।
ଏହା ଚଳିତ ଦଶନ୍ଧୀର ଚତୁର୍ଥ ଯୁଦ୍ଧ ଥିଲା । ଏହା ମେ ୨୧ ତାରିଖରେ ଅସ୍ତ୍ରବିରତି ବୁଝାମଣାରେ ଶେଷ ହୋଇଥିଲା । ଏହି ଯୁଦ୍ଧରେ ଇସ୍ରାଏଲ ପକ୍ଷରୁ ଶତାଧିକ ରକେଟ୍ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୫୦ରୁ ଅଧିକ ଲୋକହ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଫାଲେଷ୍ଟାଇନ୍ ନାଗରିକ ରହିଥିଲେ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
