ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୫-୦୬-୨୦୨୧
ରାଜ୍ୟରେ ନକଲି କରୋନା ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ । ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା ସୂଚନା ଦେଇଥିଲେ ।
ସୂଚନା ପାଇବା ପରେ ଓଡ଼ିଶାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।ଏହି ମେଡିସିନରୁ ୪୦ ହଜାର ୬୦୦ ଗୋଆଲିଅର ପଠା ଯାଇଥିବା ବେଳେ ବାକି ୧୭ ହଜାର ୪୦୦ ଜବତ ହୋଇଛି । ସେଥିରୁ ୪୦୦ଟି ଟେଷ୍ଟିଂ ପାଇଁ ପଠାଯାଇଛି ।

ମ୍ୟାକ୍ସ ରିଲିଫ ହେଲ୍ଥ କେୟାର କମ୍ପାନୀର ଏହି ମେଡିସିନ । ଏହା ବାଦ ବାକି ଭିଟାମିନ – ସି ଓ ଆଜିଥ୍ରୋମାଇସିନ ମେଡିସିନ ଭଳି 9 ଟି ବିଭିନ୍ନ ମେଡିସିନ ଜବତ କରାଯାଇଛି । ଜବତ ସବୁ ମେଡିସିନ୍ ସେହି ସମାନ କମ୍ପାନୀର ହୋଇଥିବାରୁ ଏହା ବି ଭେଜାଲ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସେଥିପାଇଁ ସେଗୁଡିକୁ ମଧ୍ୟ ଟେଷ୍ଟିଂ ପାଇଁ ପଠାଯାଇଛି । ତେବେ ଭେଜାଲ ଫାଭିପିରାଭିର ମେଡିସିନ ରାଜ୍ୟରେ ଗୋଟିଏ ବି ବ୍ୟବହାର ହୋଇନାହିଁ ।
ସେପଟେ ସବୁ ଭେଜାଲ ମେଡିସିନ ହିମାଚଳ ପ୍ରଦେଶରୁ ଉତ୍ତର ପ୍ରଦେଶ ଦେଇ ଓଡ଼ିଶା ଆସିଥିଲା । ମେଡିସିନ ଉପରେ ହିମାଚଳ ପ୍ରଦେଶ ଲେଖାଯାଇଥିଲେ ବି ଏପରି କିଛି କମ୍ପାନୀ ସେଠାରେ ନାହିଁ । ରାଜ୍ୟର ୧୩ରୁ ୧୪ଟି ଜିଲ୍ଲାରେ ଚଢ଼ାଉ କରାଯାଇଛି । କେବଳ ବଲାଙ୍ଗୀରରେ ଭେଜାଲ ଫାଭିପିରାଭିର ମେଡିସିନର ଅଳ୍ପ ନୁମୁନା ମିଳିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ବାକି ୯ଟି ମେଡିସିନିର ନୁମୁନା ମିଳିଛି । ଆବଶ୍ୟକ ପଡିଲେ ବାହାର ରାଜ୍ୟକୁ ଯାଞ୍ଚ ପାଇଁ ଏକ ଟିମ ଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
