ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୨-୦୬-୨୦୨୧
କମିଶନରେଟ୍ ପୁଲିସ୍ ଅଧିକାରୀସ୍ତରରେ ପୁଣି ଏକ ଛୋଟିଆ ଅଦଳବଦଳ କରାଯାଇଛି । ଏଥର ୩ ଜଣ ଏସିପି ଓ ଜଣେ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଏସିପି ଚନ୍ଦନ ଘଡ଼ୋଇଙ୍କୁ ପୁଲିସ ସେବା ଭବନ ମୁଖ୍ୟାଳୟରୁ ବଦଳି କରାଯାଇ କଟକ ସହରାଞ୍ଚଳ ଜିଲ୍ଲା ପୁଲିସ୍ (ୟୁପିଡି) ଜୋନ୍-୪ ଏସିପି ଭାବେ ନିଯୁକ୍ତି ମିଳିଛି ।

ସେଠାକାର ଏସିପି ଥିବା ସତ୍ୟରଞ୍ଜନ ମଲ୍ଲିକଙ୍କୁ କଟକ ଡିଆଇବିକୁ ପଠାଯାଇଛି ।ସେହିପରି ପୁଲିସ ସେବା ଭବନ ମୁଖ୍ୟାଳୟରେ କାର୍ଯ୍ୟରତ ପ୍ରଣିତା ପଟ୍ଟନାୟକ କଟକ ୟୁପିଡିର ଏସିପି(କ୍ରାଇମ୍) ହୋଇଛନ୍ତି । ମୁଖ୍ୟାଳୟରେ ଥିବା ସବ୍ଇନ୍ସପେକ୍ଟର ଯୁଗଳ ଚନ୍ଦ୍ର ସ୍ୱାଇଁଙ୍କୁ କ୍ୟାପିଟାଲ ଥାନାକୁ ବଦଳି କରାଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
