ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୦-୦୬-୨୦୨୧
ସାବିତ୍ରୀ ଅମାବାସ୍ୟା ଅବସରରେ ଖାଁ ଖାଁ ରହିଛି ମନ୍ଦିର। ନୂଆ ଶାଢୀ ଆଉ ଶଙ୍ଖା ଧରି ଦେବାଳୟ ଯାଉନାହାନ୍ତି ସାବିତ୍ରୀ । କୋଭିଡ ସଂକ୍ରମଣ ଯୋଗୁଁ ଘରେ ରହି ପୂଜା କରିବା ସହ ସାବିତ୍ରୀ ବ୍ରତ ପାଳୁଛନ୍ତି ମହିଳା।ମହାମାରୀ କରୋନା କାରଣରୁ ଘରେ ରହି ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଛନ୍ତି ସଧବା ନାରୀ।

ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ପୁରାଣ ଅନୁସାରେ ଏହିଦିନ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ସାବିତ୍ରୀଙ୍କ ନିଷ୍ଠାପର ପ୍ରାର୍ଥନା ଆଗରେ ମୃତ୍ୟୁର ଦେବତା ନତମସ୍ତକ ହୋଇ ସତ୍ୟବାନଙ୍କୁ ନୂଆ ଜୀବନ ଦେଇଥିଲେ ।ବିବାହ ପରେ ହିନ୍ଦୁ ନାରୀଙ୍କ ପାଇଁ ସାବିତ୍ରୀ ବ୍ରତ ହେଉଛି ବଡ ପର୍ବ।

ନୂଆ ଶାଢୀ ସାଙ୍ଗକୁ ନୂଆ ଶଙ୍ଖା, ସିନ୍ଦୁର ଓ ବିଭିନ୍ନ ଫଳମୂଳ ପୂଜା କରାଯାଇଥାଏ। ତେବେ ଗତ ବର୍ଷ ଭଳି ଚଳିତଥର ମଧ୍ୟ ସାବିତ୍ରୀକୁ ଫିକା କରିଛି ଦେଇଛି କରୋନା କଟକଣା। ସଂକ୍ରମଣ କାରଣରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିଛି । ଯାହା ଫଳରେ ଘରେ ରହି ମହିଳା ମାନେ ବ୍ରତ ପାଳୁଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
