News portal website
before header
[URIS id=5393]

୧୨ ବର୍ଷ ବୟସରୁ କମ ଶିଶୁଙ୍କ ପାଇଁ ଆସିବ ଟିକା, ଫାଇଜରର ପରୀକ୍ଷା ଆରମ୍ଭ

0 241

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୯-୦୬-୨୦୨୧

କରୋନା ଭାଇରସ ଟିକା ଉତ୍ପାଦନକାରୀ କଂପାନୀ ‘ଫାଇଜର’ ନିଜର ଟିକାର କ୍ଲିନିକାଲ ପରୀକ୍ଷା ୧୨ ବର୍ଷ ବୟସର ଶିଶୁଙ୍କ ପାଇଁ ଆରମ୍ଭ କରିଦେଇଛି । ପ୍ରଥମ ପର୍ଯ୍ୟାୟର ଗବେଷଣାରେ କମ ସଂଖ୍ୟାରେ ଛୋଟ ଶିଶୁଙ୍କୁ ଟିକାର ଭିନ୍ନ ଭିନ୍ନ ପ୍ରକାରରେ ଦିଆଯିବ । ଏଥି ପାଇଁ ଫାଇଜର ବିଶ୍ୱର ୪ଟି ଦେଶର ୪୫୦୦ରୁ ଅଧିକ ଶିଶୁଙ୍କୁ ନେଇ କ୍ଲିନିକାଲ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ଏଥିରେ ଆମେରିକା, ଫିନଲ୍ୟାଣ୍ଡ, ପୋଲାଣ୍ଡ ଓ ସ୍ପେନ ସାମିଲ ରହିଛି ।ଫାଇଜରର କୋଭିଡ ଟିକାକୁ ପୂର୍ବରୁ ଆମେରିକା ଓ ୟୁରୋପୀୟ ସଂଘରେ ୧୨ ବର୍ଷରୁ ଅଧିକ ବର୍ଷ ବୟସର ଶିଶୁଙ୍କୁ ଲଗାଇପାଇଁ ମଂଜୁରୀ ଦିଆଯାଇଛି । ମାତ୍ର ଏହି ମଂଜୁରୀ ଜରୁରୀକାଳୀନ ପାଇଁ । ଫାଇଜର କରୋନାର ଏହି ଟିକା ନିଜର ଜର୍ମାନୀ ସାଥୀ ବାୟୋଏନ୍‌ଟେକ ସହିତ ମିଳିତ ଉଦ୍ୟମରେ ଉତ୍ପାଦନ କରିଥିଲା ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହି କଂପାନୀର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସର୍ବପ୍ରଥମେ ମଂଜୁରୀ ଦେଇଥିଲା । କଂପାନୀ କହିଛି ଯେ, ଟିକାର ପରୀକ୍ଷା ଲାଗି ଚଳିତ ସପ୍ତାହ ୫ ତାରିଖରୁ ୧୧ ବର୍ଷ ବୟସର ଶିଶୁଙ୍କୁ ସାମିଲ କରାଯିବ । ଏହି ଶିଶୁଙ୍କୁ ୧୦ ମାଇକ୍ରୋଗ୍ରାମ ଡୋଜ ଦିଆଯିବ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଏହି ଡୋଜ କିଶୋର ଏବଂ ବୟସ୍କଙ୍କୁ ଦିଆଯାଉଥିବା ଟିକାର ଏକ ତୃତୀୟାଂଶ । ଏହାର କିଛି ସପ୍ତାହ ପରେ ୬ ମାସରୁ ଅଧିକ ବୟସର ଶିଶୁଙ୍କୁ ଟିକା ଦେବା ପାଇଁ କ୍ଲିନିକାଲ ପରୀକ୍ଷା ହେବ । ସେମାନଙ୍କୁ ୩ ମାଇକ୍ରୋଗ୍ରାମ ଟିକା ଦିଆଯିବାର ଯୋଜନା ରହିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.