News portal website
before header
[URIS id=5393]

ନକଲି ମଦ କାରଖାନାରୁ ଦୁଇ ଗିରଫ।

0 473

ମୟୁରଭଞ୍ଜ / ଅଷ୍ଟିନ୍ ନ୍ୟୁଜ

Notice

ଖୁଣ୍ଟା – ଜଗବନ୍ଧୁ ପ୍ରଧାନ

ତା – ୦୨-୦୬-୨୦୨୧

କପ୍ତିପଦା ଉପଖଣ୍ଡରେ ଚୋରା ମଦ ଓ ଦେଶୀ ମଦର ପ୍ରବଳ ବିକ୍ରି ଚାଲୁଛି। ଏହି ଲକଡାଉନ ସମୟରେ ବ୍ଯାପକ ମାତ୍ରାରେ ଚାଲୁଅଛି। ଏହାର ଫାଇଦା ନେଇ ଖୁଣ୍ଟା ଠାରେ,ମାମୁ ଓ ଭଣଜା ଚଲାଇଥିଲେ ନକଲି ମଦ ସାମ୍ରାଜ୍ଯ। ବିଦେଶୀ ମଦ କାରଖାନା ତିଆରି କରି ବେଶ ଟଙ୍କା କମାଉଥିଲେ।ଖୁଣ୍ଟା ପୋଲିସ ଜାଣିବା ପରେ ଘଟଣାର ଛାନଭିନ୍ ଚଳାଇ ଥିଲା।

ଖୁଣ୍ଟା ପୋଲିସ ଦ୍ୱାରା ମଦ କାରଖାନାଟି ଉପରେ ବୁଧବାର ମଧ୍ଯ ରାତ୍ରିରେ ଚଢାଉ କରାଯାଇ ସିଲ କରାଯାଇଥିଲା।ସମ୍ପର୍କୀୟ ମାମୁ ଭଣଜାକୁ ମଧ୍ଯ ଗିରଫ କରିଛି ଖୁଣ୍ଟା ପୋଲିସ ।ଖୁଣ୍ଟା ପ୍ରଣିଧାନ ଚିକିତ୍ସା କେନ୍ଦ୍ରର ପଛପାଖରେ,ଖୁଣ୍ଟା ବ୍ଲକର କିରିକିଚିଆ ଗ୍ରାମର ରମେଶ ଚନ୍ଦ୍ର ମିଶ୍ର ଓରଫ ବୁଲୁ (୫୨) ଙ୍କ ଘରେ ବିଦେଶୀ ମଦ ତିଆରି ଚାଲିଥିଲା |

ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ଉକ୍ତ ମଦ କାରଖାନା ଠାରୁ ୧00 ମିଟର ଦୂରରେ ଅବକାରୀ ଅଫିସ ଥିବାବେଳେ,ଅବକାରୀ ବିଭାଗର କୌଣସି ଅଧିକାରୀ କିଭଳି ତାର ସୁରାକ ପାଇ ପରି ନଥିଲେ ?ଏହା ବର୍ତ୍ତମାନର ସବୁଠାରୁ ବଡ ପ୍ରଶ୍ନ? ଅଭିଯୁକ୍ତ ଭଣଜାର ଘର କପ୍ତିପଦା ନୁଆସାହି ଗ୍ରାମରେ ଅଟେ ।ଭଣଜା ଦିବ୍ୟ ରଞ୍ଜନ ଶତପଥି(୩୫) ମଦ ପ୍ରସ୍ତୁତ କରୁଥିବା ବେଳେ ମାମୁ ଓ ଭଣଜାକୁ ପୋଲିସ ଗିରଫ କରିଥିଲା |

ବିଦେଶୀ ମଦ ତିଆରି ପାଇଁ ପାଣି, ରଙ୍ଗ, ସ୍ପିରିଟ ସହ ସିଲିଂ ମେସିନ ତା ସହ କାଚ ସିଲ କରିବା ଓ ଷ୍ଟିକର ତିଆରି କରିବାର ମେସିନ ଜବତ କରାଯାଇଛି | ସେହି କାରଖାନାରୁ ୧୨୬ଟି ହୁଇସ୍କି ୧0୧ ଟି ରମ୍, ୭୫ ଲିଟର ସ୍ପିରିଟ ୧000 ରୁ ଅଧିକ ଖାଲି ବୋତଲ ପୋଲିସ ଜବତ କରିଛି |

ଖୁଣ୍ଟା ଥାନା ଆଇ ଆଇ ସି ସ୍ଵର୍ଣ୍ଣଲତା ମିଞ୍ଜ, ଏସ ଆଇ ସୌମ୍ୟରଂଜନ ଭୋଳ ଚଢ଼ାଉ କରିଥିଲେ | ଉକ୍ତ ଚଢ଼ାଉରେ ଉପଖଣ୍ଡ ପୋଲିସ ଅଧିକାରୀ କେଦାରନାଥ ସାହୁ ସାଇଣ୍ଟିଫିକ ଟିମ ସହ ତଦନ୍ତ କରିଥିଲେ | କେସ ନମ୍ବର ୧୫୪/୨୧ରେ ମାମଲା ରୁଜୁ ହୋଇ ଦୁଇ ଜଣକୁ ଗିରଫ କରାଯାଇଛି |

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.