ଓଡ଼ିଶାର ସର୍ବପ୍ରଥମ କର୍କଟ ରୋଗ ଚିକିତ୍ସାଳୟ ଭାବେ ଏଚ୍. ସି. ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ କୁ ଏନ୍ଏବିଏଚ୍ ଆକ୍ରିଡିଏସନ ର ମର୍ଯ୍ୟାଦା
କଟକ / ଅଷ୍ଟିନ୍ ନ୍ୟୁଜ

ତା-୩୧-୦୫-୨୦୨୧
ରାଜ୍ୟରେ ପ୍ରଥମ କ୍ଯାନ୍ସର ହସ୍ପିଟାଲ ଭାବରେ ଏନ୍ଏବିଏଚ୍ ଆକ୍ରିଡେସନ୍ ପ୍ରାପ୍ତ କରିବାରେ ଏଚ୍. ସି. ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ, ସଫଳତା ଲାଭ କରିଛି। ଏହି ଅକ୍ରିଡେସନ୍ କେବଳ ଉଚ୍ଚକୋଟୀର ରୋଗୀ ସେବା ଓ ସବୁ ପ୍ରକାରର ଭିତ୍ତିଭୂମି ଥିବା ହସ୍ପିଟାଲ କୁ ଦିଆଯାଇଥାଏ।

ଏନ୍. ଏ. ବି. ଏଚ୍ ମଧ୍ୟ ଇଣ୍ଟରନ୍ୟାସନାଲ କ୍ୱାଲିଟି ହେଲ୍ଥ କେୟାର (ISQUA) ର ସଦସ୍ୟତା ଲାଭ କରିଛି। ଫଳାରେ ଏହି ଆକ୍ରିଡେସନ୍ ପାଇଥିବା ହସ୍ପିଟାଲ ଆନ୍ତର୍ଜାତୀୟ ରୋଗୀ ସେବା ପ୍ରଦାନ ପାଇଁ ମଧ୍ଯ ସ୍ୱୀକୃତିଲାଭ କରିଥାଏ। ଏହାକୁ ପ୍ରାପ୍ତ କରିବା ପାଇଁ ବୋର୍ଡ ତରଫରୁ ହସ୍ପିଟାଲର ୧୦୫ ଟି ଧାର୍ଯ୍ୟ ଗୁଣବତା ଏବଂ ୬୭୩ ଟି ଅବଜେକ୍ଟିଭ୍ ଏଲିମେଣ୍ଟ୍ କୁ ପରୀକ୍ଷା ନିରୀକ୍ଷା ଓ ନୀତି ନିର୍ଦ୍ଧାରଣ କରାଯାଇଥାଏ। ଏଚ୍. ସି. ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ ଏ ସମସ୍ତ ମାନଦଣ୍ଡ କୁ ପୂର୍ଣ୍ଣ କରିବା ସହ ରୋଗୀମାନଙ୍କୁ ଗୋଟିଏ ଛାତ ତଳେ ସବୁ ପ୍ରକାରର ଆତ୍ୟାଧୁନିକ ଚିକିତ୍ସା ଯୋଗାଇଦେବାରେ ସଫଳତା ଲାଭ କରିଥିବା ବୋର୍ଡ଼ ପକ୍ଷରୁ କୁହାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
