News portal website
before header
[URIS id=5393]

ରାଜ୍ୟରେ କରୋନା ଆକ୍ରାନ୍ତ ଆଜିବି ୧୧ ହଜାର ପାର

0 111

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୮୬୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାରେ ଦୈନିକ ମୃତ୍ୟୁରେ ରାଜ୍ୟରେ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Notice


ସେହିଭଳି କଟକ ଜିଲ୍ଲାରୁ ସର୍ବାଧିକ ୧୧୩୩ ଜଣ ଆକ୍ରାନ୍ତ ଥିବା ବେଳେ ଖୋର୍ଦ୍ଧାରୁ ୧୦୧୦ ଜଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୫୯, ବାଲେଶ୍ୱରରୁ ୪୦୦ ବରଗଡ଼ରୁ ୩୬୭ ଭଦ୍ରକରୁ ୩୭୭, ବଲାଙ୍ଗୀରରୁ ୧୬୬, ବୌଦ୍ଧରୁ ୨୬୧କଟକରୁ ୧୧୩୩ ଦେବଗଡରୁ ୧୦୩, ଢେଙ୍କାନାଳରୁ ୩୫୧, ଗଜପତିରୁ ୬୭ ଗଞ୍ଜାମରୁ ୧୫୫ ଜଗତସିଂହପୁରରୁ ୩୩୦ ଯାଜପୁରରୁ ୫୬୪ ଝାରସୁଗୁଡାରୁ ୨୨୮ କଳାହାଣ୍ଡିରୁ ୪୦୭ କନ୍ଧମାଳରୁ ୧୦୩, କେନ୍ଦ୍ରାପଡାରୁ ୩୦୯କେଉଁଝରରୁ ୨୦୦, କୋରାପୁଟରୁ ୧୭୫, ମାଲକାନଗିରିରୁ ୯୮ମୟୁରଭଞ୍ଜରୁ ୬୬୨ ଜଣ, ନବରଙ୍ଗପୁରରୁ ୩୨୨ ନୟାଗଡ଼ରୁ ୨୪୬ ନୂଆପଡ଼ାରୁ ୪୪ ପୁରୀରୁ ୪୩୦ ରାୟଗଡାରୁ ୧୭୭ ସମ୍ୱଲପୁରରୁ ୩୭୯ ସୋନପୁରରୁ ୨୦୪ ସୁନ୍ଦରଗଡାରୁ ୭୨୯ ଷ୍ଟେଟ ପୋଲରୁ ୨୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।


ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭ ୦୩୪ ୪୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୫ ୮୯୬୧୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧, ୧୧, ୨୬୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Leave A Reply

Your email address will not be published.