ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୨-୦୫-୨୦୨୧
ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ତରଫରୁ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତିଙ୍କ ଦ୍ବାଦଶ ଦିବସ ଅବସରରେ ଏକ ସ୍ମୃତି ଚାରଣ ସହ ଭଜନ ଓ ସଙ୍କୀର୍ତ୍ତନ ୨୧.୦୫.୨୦୨୧ ରିଖ ଶୁକ୍ରବାର ଅପରାହ୍ନ ୭ ଘଟିକା ସମୟରେ ଗୁଗଲ ମିଟ ରେ ଅନୁଷ୍ଠିତ ହୋଇଥିଲା । ତାଙ୍କ ଅନନ୍ୟ କୃତୀ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ସ୍ମୃତି ଚାରଣ ସଭାର ଅଧ୍ୟକ୍ଷତା କରିଥିଲେ ଶ୍ରୀ ନିରଞ୍ଜନ ପଣ୍ଡା ।

ଆଜିର କାର୍ଯ୍ୟକ୍ରମକୁ , ବାଳକୃଷ୍ଣ ପଣ୍ଡା ,ଦାମୋଦର ସେନାପତି, ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ସହ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ ପରିଚାଳନା କରିଥିଲେ, ଆଜିର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ସନ୍ତୋଷ କର, ମଞ୍ଜୁଶ୍ରୀ ମହାନ୍ତି , କାମେଶ୍ୱର ରାଓ, ବାବାଜୀ ବିଶ୍ଵାଳ,ବଂଶୀଧର ନାୟକ, ଲଲିତ ମୋହନ ପଣ୍ଡା , ମୀରା ପଣ୍ଡା, ପ୍ରତିମା ପଣ୍ଡା, ହରପ୍ରିୟା ସ୍ୱାଇଁ ,ବିଜୟ ଜେନା, ତ୍ରିଲୋଚନ ନାୟକ, ସୌଦାମିନୀ ପଣ୍ଡା, ଜଗନ୍ନାଥ କୁଅଁର, ଆଶା ମୁକୁଲ୍ବ ବାରିକ , ଅଜୟ ଚୌଧୁରୀ, ଅଚ୍ୟୁତ ପ୍ରସାଦ ବେହେରା, ସୁରେଶ ଚୌଧୁରୀ, କଲ୍ୟାଣପତି, ନନ୍ଦିତାଦାସ, କିଶୋର ମହନ୍ତ, ଉଷା ମିଶ୍ର, ମଙ୍ଗରାଜ ମହାନ୍ତି , ଅନାମିକା ସ୍ୱାଇଁ, ତନୁଶ୍ରି ଜେନା, ସଙ୍ଗୀତା ଗୋସାଇଁ, ମଳୟ ଜେନା, ମଧୁସ୍ମିତା ବିଶ୍ଵାଳ, ବୈଶାଳୀ ବିଶ୍ଵାଳ, ବଂଶୀଧର ନାୟକ,ଯୋଗେନ୍ଦ୍ର ରାଉତ, ତେଜେଶ୍ୱନି ରଥ, ଗୌରୀ ଶଙ୍କର ହାତୀ, ସରୋଜିନୀ ହାତୀ, ଗାନ୍ଧୀ ଚୌଧୁରୀ, ସନ୍ଦୀପ ଆଚାର୍ଯ୍ୟ, ଅଶୋକ ବଳ, ସୁନୀତା ତ୍ରିପାଠୀ, ରାଧେଶ୍ୟାମ ଦଂଶନ, ବିଦୁତ୍ ଲତା ସାହୁ, ରବୀନ୍ଦ୍ର ମହାପାତ୍ର, ଶରତ ବେହେରା, ସୌଦାମିନୀ ପଣ୍ଡା, ରଞ୍ଜିତ ନାୟକ, ଦେବାଶିଷ ପୁରୋହିତ, ଅକ୍ଷୟ କୁମାର ସାହୁ, ଲବନ୍ୟନେନ୍ଦୁ ମହାନ୍ତି , ଚକ୍ରଧର ତ୍ରିପାଠୀ, ନିରାକାର ବେଉରିଆ, ଗୀତ ପଣ୍ଡା, ବିମ୍ବାଧର ପଣ୍ଡା, ଶ୍ରୀନିବାସ ରାଓ ଓ ଅନ୍ୟାନ୍ୟ ବହୁ ଆଜୀବନ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ, ଶେଷରେ ଦାମୋଦର ସେନାପତି ଙ୍କ ନେତୃତ୍ୟରେ ଶ୍ରୀ ଜଗନ୍ନାଥଙ୍କ ନାମ ସଙ୍କୀର୍ତ୍ତନ କରାଯାଇଥିଲା । ଆଗାମୀ ଦିନରେ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରାଯାଇଥିଲା ।

ଶ୍ରୀ ଗୋପୀନାଥ ମହାନ୍ତିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇ ଥିଲା, ଆଜିର ସ୍ମୃତି ସଭାରେ ଯୋଗଦେଇଥିବା ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ସମ୍ପାଦକ ଧନ୍ୟବାଦ ଜଣାଇଥିଲେ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
