News portal website
before header
[URIS id=5393]

୨୬ରେ ସ୍ଥଳଭାଗ ଛୁଇଁବ ‘ୟଶ’ ….

0 260

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୦-୦୫-୨୦୨୧

ଉତ୍ତର ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୨୬ ତାରିଖ ବେଳକୁ ବାତ୍ୟା ଉତ୍ତର ମୁହାଁ ହୋଇ ସ୍ଥଳ ଭାଗ ଛୁଇଁପାରେ। ତେଣୁ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲାପ୍ରଶାସନ ସହିତ ଯୋଗାଯୋଗ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୁହାଯାଇଛି । ସେପଟେ ୨୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ବାତ୍ୟା ମୁକାବିଲା ପ୍ରସ୍ତୁତି । ଉତ୍ତର ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟସରକାର ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପୂର୍ବରୁ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ ଓ ବାତ୍ୟା ପରେ ରାସ୍ତାଘାଟ ସଫା କରି ଲୋକଙ୍କ ପାଖରେ ପିଇବା ପାଣି ଓ ରିଲିଫ ପହଁଚାଯାଇ ପାରିବ ଓ ବିଜୁଳି ସଂଯୋଗ କିପରି ପ୍ରଭାବିତ ନ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଏସଆରସି ଏନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । କେଉଁ କେଉଁ ସ୍ଥାନକୁ ଫାୟାର,ଏନଡ଼ିଆରଫ, ଓଡ୍ରାଫର କେତୋଟି ଟିମ ପଠାଯିବ ତାହାର ପ୍ଲାନ ପ୍ରସ୍ତୁତ ହେଇଛି ।ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୁହାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ବିଜୁଳି ସଂଯୋଗ ଲାଗି ବିଭାଗ ପକ୍ଷରୁ କେତେ ମ୍ୟାନ ପାୱାର ଓ କେତେ ଇକ୍ୟୁଇପ୍ ମେଣ୍ଟ ଲାଗିବ ତାକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶଶ ଦିଆଯାଇଛି । ବାତ୍ୟା ପରେ କିପରି ତୁରନ୍ତ ରାସ୍ତା ଘାଟ ସଫା କରାଯାଇ ଯାତାୟତ ସୁବିଧା ହୋଇ ପାରିବ ସେଥିଲାଗି ପ୍ରସ୍ତୁତ ରହିବାକୁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି ସରକାର।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

୨୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ହୋଇ କ୍ରମେ ଏହା ୨୩-୨୪ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ୨୫ ତାରିଖ ରାତିରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ। ତେବେ ଏହା ଭୀଷଣରୁ ଅତି ଭୀଷଣ ଆକାର ଧାରଣ କରିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିବଙ୍ଗ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ତେବେ କେଉଁଠି ଉପକୂଳ ଛୁଇଁବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସଠିକ୍ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଯେଉଁ ମତ୍ସଜୀବି ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଓ ଅନ୍ୟ ମାନେ କିପରି ଭିତରକୁ ନ ଯିବେ ସେମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇବା ଉପରେ ପ୍ରଶାସନ ଗୁରୁତ୍ବ ଦେଉଛି। ବାତ୍ୟା ଆଳରେ ଯେପରି ବଜାରରେ ବ୍ଲାକ ମାର୍କେଟିଂ ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.