News portal website
before header
[URIS id=5393]

ଦିନ ଦ୍ୱିପହରରେ ଡାହା ମିଛ

0 195

କଟକ / ଅଷ୍ଟିନ୍ ନ୍ୟୁଜ

ତା – ୨୦-୦୫-୨୦୨୧

ରାଜ୍ୟର ୫ଟି ସରକାର ଯେ କେବଳ ପ୍ରବଳ ମିଛ କୁହନ୍ତି ତା ନୁହେଁ, ମିଛ ପ୍ରଚାର ମଧ୍ୟ କରନ୍ତି , ଏ କଥା ଆମ୍ଭେ ବାରମ୍ବାର ପ୍ରମାଣିତ କରିଛୁ । ଏବେ କିଛି ଗଣମାଧ୍ୟମ ମଧ୍ୟ ଏହା କହିବାକୁ ଆରମ୍ଭ କଲେଣି । ରାଜ୍ୟରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର , ମିଛ ସରକାର ବିରୁଦ୍ଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି ।


ଗତ କାଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ । ବାସ୍ତବରେ ଏହା ମିଛ । କୋଭିଡ ସ୍ଥିତି ବିଭିନ୍ନ ଜିଲ୍ଲାରେ ଓ ବିଶେସଭାବେ ଗ୍ରାମାଞ୍ଚଳରେ ସ୍ଥିତି ସଙ୍ଗିନ । ଯେହେତୁ କୋଭିଡ ଟେଷ୍ଟ ହେଉ ନାହିଁ , ତେଣୁ ବାସ୍ତବ ତଥ୍ୟ ଲୋକଲୋଚନକୁ ଆସୁନାହିଁ । ବହୁ ଲୋକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ର ଅଭାବ ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି । ଏହି ବସ୍ତାବତାକୁ ଲୁଚାଯାଇ ଆମ୍ଭମାନଙ୍କ ଆଗରେ ମିଛ , ମାନଗଢା ତଥ୍ୟ ରଖାଯାଉଛି ।


ଦ୍ଵିତୀୟରେ, କୋଭିଡ ରୋଗୀଙ୍କ ମୃତ୍ୟୁ କୁ ନେଇ ରାଜ୍ୟ ସରକାରଙ୍କ ପ୍ରବଳ ମିଛ ପ୍ରଚାର ଯାହା ସୂଚନା ଆଇନରେ ଖୋଲାସା ହୋଇଛି ଓ କିଛି ଗଣ ମାଧ୍ୟମ ମଧ୍ୟ ଲେଖିବା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଓ କଟକରେ ପ୍ରତିଦିନ ଶହେରୁ ଉର୍ଦ୍ଧ କୋଭିଡ ଶବ ଦାହ କରାଯାଉଛି । ଭୁବନେଶ୍ୱର ସତ୍ୟନଗର ମଶାଣିରେ ଏତେ ଶବ ପୋଡାଯାଉଛି ଯେ ସେ ଅଂଚଳର ବାୟୁମଣ୍ଡଳ ଦୂଷିତ ହେଲାଣି । ସ୍ଥାନୀୟ ଅଧିବାସୀ ମାନେ ବିରୋଧ କରିବା ସହ ମଶାଣି ଉଠେଇ ନେବାକୁ ଦାବି କରିଛନ୍ତି । ସରକାର ଶବଡାହ ପାଇଁ ଆହୁରି ଦୁଇଟି ମଶାଣି ଭୁବନେଶ୍ବର ଉପକଣ୍ଠରେ କଲେଣି । ଯଦି ରାଜ୍ୟରେ କୋଭିଡ ମୃତ୍ୟୁ ମାତ୍ର ଦୌନିକ ୧୭, ତେବେ ଭୁବନେଶ୍ୱର ରେ ମଶାଣି ଖୋଜା ଚାଲିଛି କାହିଁକି ?

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

କିନ୍ତୁ ସରକାର ଏବେ ଏହି ସତ୍ୟକୁ ଲୁଚେଇ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ନିର୍ମଳ ଭାବମୂର୍ତ୍ତି ଓ ସାର୍ଟିଫିକେଟ ଆଶାରେ ଏହି ମିଛ ପ୍ରଚାର କରାଇ କୋଭିଡ ମୃତ୍ୟୁ କମ ଦେଖାଯାଉଛି । ଗୁଜୁରାଟ, ଉତ୍ତର ପ୍ରଦେଶରେ କୋଭିଡ ମୃତ୍ୟୁ ଭଳି ଆମ ରାଜ୍ୟରେ ଅନୁରୂପ ଅବସ୍ଥା । ଯଦି ଭୁବନେଶ୍ୱର ଓ କଟକରେ ମଶାଣିରେ ଜୁଇ ଲିଭୁନାହିଁ , ଶବ ଗଦା ହୋଇ ପଡିରହୁଛି , ତେବେ ରାଜ୍ୟରେ କୋଭିଡ ମୃତ୍ୟୁ ଦୋୖନିକ ୧୫ ରୁ ୧୯ ରହୁଛି କିପରି? ଦିନ ଦିପହରେ ଏହି ମିଛ ପ୍ରଚାର ସରକାରୀ କଲ କରିବାକୁ ସାହସ କରୁଛି କେମିତି । ରାଜ୍ୟରେ ମିଛ ଫ୍ୟାକ୍ଟରୀ କିଏ ଖୋଲିଛି ?


ରାଜ୍ୟରେ ଏହି ଭୟଙ୍କର ମିଛ ପ୍ରଚାର ପ୍ରତି ସଚେତନ ରହିବାକୁ ରାଜ୍ୟବାସୀ ଙ୍କୁ ଅନୁରୋଧ । ଆଇ. ସି. ୟୁ, ସଙ୍କଟ, ଟିକା ନାହିଁ , ଡାକ୍ତରଖାନାରେ ବେଡ଼ ନାହିଁ, କୋଭିଡଟେଷ୍ଟ କରାଯାଉନି , ଲୋକ ମରୁଛନ୍ତି , ପ୍ରାଇଭେଟ୍ ହସ୍ପିଟାଲ ମାଲେମାଲ, ଏପଟେ ପ୍ରଚାର ହେଉଛି ନବୀନ ବାବୁଙ୍କ ମୋ ସରକାର ଚାଲିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.