News portal website
before header
[URIS id=5393]

ଇସ୍ରାଏଲ ହମଲାରେ ଟାର୍ଗେଟ ହେଲା ମିଡିଆ : ଆମେରିକାରେ ହଇଚଇ, ଚିନ୍ତା ପ୍ରକଟ କଲେ ବାଇଡେନ୍

0 143

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୬-୦୫-୨୦୨୧

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ରକ୍ତାକ୍ତ ସଂଘର୍ଷ । ଘଟଣା ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ସାଧାରଣ ନାଗରିକ ଆହତ ତଥା ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କରେ ବାଇଡେନ ଚିନ୍ତାପ୍ରକଟ କରିଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଇସ୍ରାଏଲ୍‌ ଓ ଗାଜାରେ ଉଗ୍ର ହେଉଥିବା ହିଂସାକାଣ୍ଡ ବିଷୟରେ ଆମେରିକ ଚିନ୍ତିତ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ।ଶନିବାର ଦିନ, ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ଗାଜା ସହରର ଏକ ଉଚ୍ଚ କୋଠାକୁ ଧ୍ୱଂସ କରିଦେଇଛି । ଯେଉଁଠି ଆସୋସିଏଟେଡ୍ ପ୍ରେସ୍ ଏବଂ ଅନ୍ୟାନ୍ୟ ଗଣମାଧ୍ୟମର କାର୍ଯ୍ୟାଳୟ ଥିଲା ।

ସୂଚନା ଅନୁଯାୟୀ, ଆସୋସିଏଟେଡ୍ ପ୍ରେସ୍‌ର ସମସ୍ତ କର୍ମଚାରୀ ଏବଂ ଫ୍ରିଲାନ୍ସମାନଙ୍କୁ ସୁରକ୍ଷିତ ଭାବେ କୋଠା ବାହାରକୁ ନିଆଯାଇଥିଲା । ଏପି ସଭାପତି ତଥା ସିଇଓ ଗ୍ୟାରୀ ପ୍ରୁଇଟ୍ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ଯେ ଇସ୍ରାଏଲ୍ ସୈନ୍ୟ ଏପିର ବ୍ୟୁରୋ ଏବଂ ଗାଜାରେ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ଟାର୍ଗେଟ କରୁଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ସେମାନେ ଦୀର୍ଘ ଦିନ ଧରି ଆମ ବ୍ୟୁରୋର ଗତିବିଧି ଲକ୍ଷ କରୁଥିଲେ, ଏବଂ ଜାଣିଥିଲେ ଯେ ସାମ୍ବାଦିକମାନେ ସେଠାରେ ଅଛନ୍ତି । ସେ ଆହୁରି କହିଛନ୍ତି ଯେ କୋଠାଟି ନଷ୍ଟ ହୋଇଯିବ ବୋଲି ଆମକୁ ଚେତାବନୀ ବି ଦିଆଯାଇଛି । ସେପଟେ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ବାଇଡେନ ଇସ୍ରାଏଲରେ ଆନ୍ତ ସାମ୍ପ୍ରଦାୟିକ ହିଂସା ଏବଂ ଉତ୍ତେଜନା ବୃଦ୍ଧି ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.