ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ Like,Follow,Share,Comment କରନ୍ତୁ।

http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
ତା-୧୫-୦୪-୨୦୨୧
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ଦୀର୍ଘ ଦିନ ହେବ ସାମାଜିକ ଗଣମାଧ୍ୟମରେ ଯାହା ଚର୍ଚ୍ଚା ଲାଗି ରହିଥିଲା।ତାହା ଗତକାଲି ଶେଷ ହୋଇଛି। ଧର୍ମଶାଳା କଂଗ୍ରେସ ନାରୀନେତ୍ରୀ ଗତକାଲି ରାଜ୍ଯ ବିଜେପି କାର୍ଯ୍ଯାଳୟରେ ମିଶ୍ରଣ ପର୍ବରେ ସାମିଲ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କିଛିଦିନ ପୂର୍ବରୁ ଅର୍ଥାତ୍ ଅପ୍ରେଲ ପାଞ୍ଚ ତାରିଖ ଧର୍ମଶାଳା ତହସିଲ ଅଫିସ ଘେରାଉ ସମୟରେ ବ୍ଯବହାର କରାଯାଇଥିବା ପୋଷ୍ଟର ବ୍ଯାନରେ କଂଗ୍ରେସର କୌଣସି ଚିହ୍ନ ବର୍ଣ୍ଣ ନ ଥିବା , କଂଗ୍ରେସ ନାରୀନେତ୍ରୀଙ୍କ ଡଳ ଡିଆଁ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଥିଲା।
ଶହଶହ ସମର୍ଥକଙ୍କ ଗହଣରେ ତହସିଲ ଘେରାଉ ସମୟରେ।
ତେବେ ଏହି ଘେରାଉ ପର ଦିନ ଅର୍ଥାତ୍ ଅପ୍ରେଲ ଛଅ ତାରିଖରେ ଶ୍ରୀମତୀ ପହି ବାଲେଶ୍ଵର ଉପନିର୍ବାଚନ ଏବଂ ପିପିଲି ଉପନିର୍ବାଚନରେ କଂଗ୍ରେସ ରଣନୀତି ଭୁଲ ଏବଂ ନେତୃତ୍ବ ଠିକ୍ ସେ ହେଇପାରୁନାହିଁ ଦର୍ଶାଇ ଦଳର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଥିଲେ।
ଗତ ୧୯ ନିର୍ବାଚନରେ କଂଗ୍ରେସରୁ ଟିକଟ ପାଇ ନିର୍ବାଚନ ଲଢି ହାରିଥିବା ବେଳେ, ସ୍ମିତା ରାଣୀ ହତ୍ଯା, ମାମୁଁ ଭଣଜା ଘାଇ, ଡଙ୍କାରୀ, ବିଛାଖଣ୍ଡି ବେଆଇନ ପଥର ଚାଲାଣ ଏସବୁ ବିରୋଧରେ ଅନେକ ଦିନ ଧରି ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ ଲଢେଇ ଜାରିରଖି ଥିଲେ।
ତେବେ ଗତକାଲି ଅର୍ଥାତ୍ ଅପ୍ରେଲ ୧୪ ପବିତ୍ର ଓଡ଼ିଆ ନବବର୍ଷରେ ରାଜ୍ଯ ବିଜେପି କାର୍ଯ୍ୟାଳୟରେ , ରାଜ୍ଯ ସଭାପତି ସମୀର ମହାନ୍ତି, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବିଜେପି ମୁଖପାତ୍ର ଅମର ନାୟକଙ୍କ ଉପସ୍ଥିତିରେ ଶ୍ରୀମତୀ ପହି ରାଜ୍ଯ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ।
ତେବେ ରାଜ୍ଯ ବିଜେପିରେ ଯୋଗ ଦେବା ପରେ ଧର୍ମଶାଳା ଦୁର୍ନୀତି ଅନ୍ୟାୟ ବିରୁଦ୍ଧରେ ତୀବ୍ର ଆନ୍ଦୋଳନ ହେବା ସହ ଧର୍ମଶାଳାର ଚିତ୍ର କୁ “ଆସ ବଦଳାଇ ଦେବା ” ଏକ ଆହ୍ବାନ ଦେଇଛନ୍ତି ଶ୍ରୀମତୀ ପହି।
ଆଗାମୀ ଦିନରେ ଧର୍ମଶାଳା ବାସୀ ଶ୍ରୀମତି ପହିଙ୍କୁ କେତେଦୂର ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।





