News portal website
before header
[URIS id=5393]

ନୂତନ ମାର୍ଗଦର୍ଶିକା ପାଳନ ନ କଲେ କାର୍ଯ୍ଯାନୁଷ୍ଠାନ।

0 208

ତା-୧୩-୦୪-୨୦୨୧

Notice

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ପବିତ୍ର ରମଜାନ ମାସ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି। ଏଥିଲାଗି ଖୁବ୍‌ଶୀଘ୍ର ଏସ୍ଓପି ଜାରି ହେବ। ଧାର୍ମିକ ଅନୁଷ୍ଠାନରେ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ହେବ ନମାଜ ପାଠ। ଏଥିସହ ମାସ୍କ, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ହୋଇଛି।

ଏନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି। ଏହାକୁ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର।ସିଏମ୍‌ସି ପକ୍ଷରୁ ମଧ୍ୟ ରମଜାନ ପର୍ବ ପାଇଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କଟକର ସମସ୍ତ ମସ୍‌ଜିଦ୍‌ରେ କୋଭିଡ୍ କଟକଣା ଭିତରେ ନମାଜ ପାଠ କରିବା ପାଇଁ ଗାଇଡ୍‌ଲାଇନ୍ ଜାରି ହୋଇଛି।ରମଜାନ ବେଳେ ମସଜିଦ ଭିତରେ କିମ୍ବା ବାହାରେ ଗହଳି ବାରଣ କରାଯାଇଛି।

ନମାଜ ବେଳେ ୧୦୦ ଜଣ କିମ୍ବା ହଲ୍ କ୍ଷମତାର ୫୦% ଯାହା କମ୍ ଗ୍ରହଣୀୟ। ମସଜିଦରେ ପ୍ରବେଶ ବେଳେ ଟୋକନ୍ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦିଆଯାଇଛି। ସମସ୍ତଙ୍କ ପାଇଁ ଗୋଟିଏ ସ୍ଥାନରେ ଧୁଆଧୋଇ ହେବା ବାରଣ କରାଯାଇଛି। ବହୁବିଧ ରୋଗାକ୍ରାନ୍ତ ଓ ୫ ବର୍ଷରୁ କମ୍ ପିଲାଙ୍କୁ ପ୍ରବେଶ ମନା କରାଯାଇଛି। ହ୍ୟାଣ୍ଡ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ, ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ପ୍ରାର୍ଥନା ସମୟରେ ସାମାଜିକ ଦୂରତ୍ୱ ନିଶ୍ଚିତ ବଜାୟ ରଖିବେ।

ଯଦି ଗାଇଡଲାଇନ୍ ନ ମାନନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ CMC କହିଛି।ସେହିଭଳି ଆସନ୍ତାକାଲି ପଣା ସଂକ୍ରାନ୍ତି ପଡୁଥିବା ବେଳେ କଟକଣା ଜାରି କରିଛି ବିଏମ୍‌ସି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ସର୍ବସାଧାରଣରେ ବଣ୍ଟା ଯାଇପାରିବନି ପଣା। ଏ ନେଇ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ଅନୁଯାୟୀ ସେବାୟତ ବା ପୂଜକମାନେ ପୂଜା କରିପାରିବେ। ତେବେ ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମ୍ଭର ଏହି ପେଜ୍ କୁ ଲାଇକ,କମେଣ୍ଟ, ସେୟାର କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.