ଅମର ଭାଙ୍ଗିବେ ଅମରଙ୍କ ଗଡ!

ଯାଜପୁର
ତା-୧୩-୦୧-୨୦୨୧
ରାଜ୍ୟ ରାଜନୀତି ଦିନକୁ ଦିନ କଳୁଷିତ ହେଉଥିବା ବେଳେ, ସରକାରୀ ଦଳର କଳ, ଦଳ, ବଳ, ଦିନକୁ ଦିନ ସ୍ଥିତି ମଜବୁତ୍ କରୁଛି। ନିକଟ ଅତୀତରେ ସରକାରୀ ଦଳର ପ୍ରତିଷ୍ଠା ଦିବସ ଯାଇଥିବା ବେଳେ। ସଂଗଠନ ମଜବୁତ ପାଇଁ ବିଭିନ୍ନ ଦିଗକୁ ଲକ୍ଷ୍ଯ କରି ଦଳୀୟ ପଦକ୍ଷେପ ନିଆଯାଇଛି। ତେବେ ୟା ମଧ୍ଯରେ ରାଜ୍ଯ ବିଜେପି ଦୁର୍ବଳ ହେଇଯାଇଛି ଏ କଥାରେ କୌଣସି ସନ୍ଦେହ ନାହିଁ। ରାଜ୍ୟ ବିଜେପି ସରକାରଙ୍କ ସହ ମିଶିଯାଇଛି ବୋଲି କେହି କେହି ମଧ୍ଯ କହୁଛନ୍ତି।

ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀକୁ ଲକ୍ଷ୍ଯ କରାଗଲେ, ଦିନକୁ ଦିନ ଭାରତୀୟ ଜନତା ପାର୍ଟିର ଦବାଦବା କମୁଛି। ଏବଂ ବିଜୁ ଜନତା ଦଳର ଦବା ଦବା ବଢୁଛି। ସବକା, ସାଥ ସବକା ବିଶ୍ବାସ ରୁ ଅନତୀ ଦୂରରେ ବଡଚଣା ବିଜେପି। ଆଉ ଗୋଟିଏ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ, ଦିନକୁ ଦିନ ଦଳୀୟ ଅସନ୍ତୋଷ ରହୁଛି।

ନିକଟରେ ଛତିଆର ମଣ୍ଡଳ ସଭାପତି ରାଜ୍ଯ ବିଜେପି ସଭାପତିଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ବିଧାୟକ ପାର୍ଥୀଙ୍କ ଅସହଯୋଗ ହଜାର ହଜାର ଯୁବ ପିଢୀଙ୍କୁ ବ୍ଯଥିତ କରିଛି ବୋଲି ସିଧାସଳଖ ଆଲେଖ୍ୟ କରିଥିବା ବେଳେ। ଏହାକୁ ମ୍ୟାନେଜମେଣ୍ଟ କରିବା ପାଇଁ ବିଜେପି କସରତ ଚଲାଇଛି।

୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ୧୪୦୦ ଭୋଟ ବ୍ଯବଧାନରେ ଜିତିବା ପରେ, ନିଜର ଦୋଷ ତ୍ରୁଟି ସଜାଡିବା ପାଇଁ ଫୁଲଦମରେ ଲାଗି ପଡିଛି ବିଜଦ। ସ୍ବତନ୍ତ୍ର ଟିମ ଗଠନ କରି ଯୁବକ ଯୁବତୀ ମାନଙ୍କୁ ସ୍ବତନ୍ତ୍ର ଅଗ୍ରାଧିକାର ଦିଆଯାଉଛି। ତେବେ ଛାମୁଙ୍କ ଶୁଭ ନଜର ପଡିବା ପାଇଁ ଫୁଲ ଦମରେ ବିଧାୟକ ବ୍ୟସ୍ତ। ଏବଂ ପାଓ୍ଵାର କରିଡରରୁ ଅଳ୍ପ କିଛି ଦିନ ମଧ୍ଯରେ ଭଲ ଖବର ଆସିପାରେ ବୋଲି ରାଜନୈତିକ ସୂତ୍ରରୁ ସୂଚନା ମିଳୁଛି।
“ରାଜନୀତିରେ ଯୁବପୀଢି ସ୍ଲିପର ସେଲ “।
ଯୁବପୀଢିଙ୍କୁ ପଥଭ୍ରଷ୍ଟ କରି ନିଜ ନିଜ ଦଳୀୟ ହାତବାରିସି କରିବା ଗଣତନ୍ତ୍ର ପାଇଁ ଘୋର ବିପଜ୍ଜନକ। ଆଜିର ଯୁବ ପିଢୀଙ୍କ ଲାଗି ନିଯୁକ୍ତି ବିରାଟ ସମସ୍ଯା ହୋଇଥିବା ବେଳେ। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦଳ ତରଫରୁ ମଟରସାଇକେଲ, ମାସିକ ଆର୍ଥିକ ସହଯୋଗ କେବଳ ଦଳୀୟ ସ୍ବାର୍ଥ ପାଇଁ ବ୍ଯବହାର ଛଡା, ଆଉ କିଛି ବି ନୁହଁ ବୋଲି ଧରାଯାଇ ପାରେ।
କେବଳ ରାଜନୈତିକ ରୁଟି ସେକିବା ପାଇଁ ଯୁବପୀଢିଙ୍କୁ ବ୍ୟବହାର କେଡେ ଭୟଙ୍କର ହୋଇପାରେ ତାର ପ୍ରତିଫଳନ ଏବେଠାରୁ ସମାଜରେ ପରିଲକ୍ଷିତ ହେଉଛି। ବର୍ତ୍ତମାନ ସମୟରେ ଯୁବପୀଢି କ୍ଷଣିକ ଲୋଭ, ଲାଳସାରୁ ନିବୃତ୍ତ ନହେଲେ। ଆମ ପରବର୍ତ୍ତୀ ପିଢୀଙ୍କ ଭବିଷ୍ଯତ ସମ୍ପୂର୍ଣ୍ଣ ଅନ୍ଧକାର।

ତେବେ ସରକାରୀ ଦଳର ଏଭଳି ଆଭିମୁଖ୍ୟକୁ ଦେଖି ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଦଶଗୁଣ ବ୍ଯବଧାନ ଅର୍ଥାତ୍ ଚଉଦ ସହ ଭୋଟରୁ (ସାଧାରଣ ନିର୍ବାଚନ)ଚଉଦ ହଜାର(ପଞ୍ଚାୟତ ନିର୍ବାଚନ) ଅଧିକରେ ଜିତିବ ବୋଲି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି ବୋଲି ରାଜନୈତିକ ବିଶ୍ବସ୍ତ ସୁତ୍ରରୁ ପ୍ରକାଶ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
