News portal website
before header
[URIS id=5393]

ନୂଆବର୍ଷରେ ନୂଆ ଭୋଟର ତାଲିକା

0 150

ଭୁବନେଶ୍ବର:

ତା-୪-୧୨-୨୦୨୦

 ଆପଣଙ୍କ ନାଁ ଭୋଟର ତାଲିକାରେ ନାହିଁ କି ? ନୂଆ ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ ପାଇଁ ଆବେଦନ କରିପାରିବେ । ନଭେମ୍ବର ୧୫ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୧୫ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ତେଣୁ ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଖୁବ୍ ଶୀଘ୍ର ଆବେଦନ କରନ୍ତୁ। ଭୋଟର ତାଲିକାରେ ନାଁ ଯୋଡିବା, ଭୋଟର କାର୍ଡ ସଂଶୋଧନ କରିବା କିମ୍ବା ଭୋଟର ତାଲିକାରୁ ନିଜ ନାଁକୁ ବାଦ୍ ଦେବା ପାଇଁ ଆବେଦନ କରିପାରିବେ ।           ଫଟୋ ପୁରୁଣା ହୋଇଥିଲେ, ନାଁ ଭୁଲ ହୋଇଥିଲେ କିମ୍ବା ଠିକଣା ପରିବର୍ତ୍ତନ କରିଥିଲେ ସଂଶୋଧନ କରିପାରିବେ । ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଫଲାଇନରେ ଆବେଦନ କରିବାକୁ ବୁଥ୍ ଲେବଲ ଅଫିସରଙ୍କ ସହ ଯୋଗାଯୋଗ କରି ଫର୍ମ ନେଇପାରିବେ । ଫର୍ମରେ ଫଟୋ, ଜନ୍ମ ପ୍ରମାଣମପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଦେଇ କରିପାରିବେ ଆବେଦନ । ସେହିଭଳି ନାଁ ବାଦ ଦେବାକୁ ଚାହିଁଥିଲେ ମଧ୍ୟ ସମାନ ଫର୍ମରେ କରିପାରିବେ ଆବେଦନ । ସଂଶୋଧନ ପାଇଁ ମଧ୍ୟ ସମାନ ଉପାୟ ଆପଣାଇପାରିବେ ।

  ତେବେ ଅନଲାଇନରେ ୱେବସାଇଟକୁ ଯାଇ ମଧ୍ୟ ଆବେଦନ କରିପାରିବେ । ଭୋଟର ହେଲ୍ପଲାଇନ ମୋବାଇଲ ଆପରେ ମଧ୍ୟ ଆବେଦନ କରିପାରିବେ । ୧୫ ଡିସେମ୍ବରରୁ ୫ ଜାନୁଆରୀ ଯାଏଁ ଆବେଦନପତ୍ର ଯାଞ୍ଚ ହେବ । ଯାଞ୍ଚ ପରେ ଆସନ୍ତା ୧୫ ଜାନୁଆରୀରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ । ୧ ଜାନୁଆରୀ ୨୦୨୧ ସୁଦ୍ଧା ୧୮ ବର୍ଷ ହେଉଥିଲେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.