News portal website
before header
[URIS id=5393]

ପୁଣି ବଢ଼ିଲା ତେଲ ଦର; ଦୈତନଗରୀରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଏତିକି ଟଙ୍କାରେ ପହଞ୍ଚିଲା

0 225

ଭୁବନେଶ୍ୱର: ପୁଣି ତେଲ ଦରରେ ନିଆଁ ଲାଗିଛି। ଭୁବନେଶ୍ୱର ଓ କଟକରେ ପେଟ୍ରୋଲ ଦର ୮୦ ଟଙ୍କାରେ ପହଞ୍ଚିଛି। ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୫୮ ପଇସା ବୃଦ୍ଧି ପାଇଛି। ତେଲ ଦର ଗତ ୧୬ ଦିନ ହେଲା ଲଗାତାର ବଢିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗତ ୬ ତାରିଖରୁ ଆଜି ଯାଏଁ ପେଟ୍ରୋଲ ଦର ୮ ଟଙ୍କା ୪୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ସେହିପରି ଡିଜେଲ ଗତ ୧୬ ଦିନ ଭିତରେ ୯ଟଙ୍କା ୩୧ ପଇସା ବଢିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ୮୦ ଟଙ୍କା ୧୩ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲର ଦର ୭୭ ଟଙ୍କା ୦୪ ପଇସା ରହିଛି। କଟକରେ ୮୦ ଟଙ୍କା ୩୯ ପଇସା ପେଟ୍ରୋଲ ଦର ରହିଥିବା ବେଳେ ଡିଜେଲ ଲିଟର ପିଛା ୭୭ ଟଙ୍କା ୨୯ ଦରରେ ବିକ୍ରି ହେଉଛି। ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୯ ଟଙ୍କା ୫୬ ପଇସା ଓ ଡିଜେଲ ୭୮ ଟଙ୍କା ୮୫ ପଇସାରେ ବିକ୍ରି ହେଉଛି।

ଉଲ୍ଲେଖଯୋଗ୍ୟ, କରୋନା ସଙ୍କଟର ମୁକାବଲା ଲାଗି ଚଳିତ ବର୍ଷ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଘୋଷଣା କରାଯିବାର ପରବର୍ତ୍ତୀ ୮୪ଦିନ ପର୍ଯ୍ୟନ୍ତ ତେଲ ଦର ଅପରିବର୍ତ୍ତିତ ରହିଥିଲା। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲଦାମ୍‌ କମ୍‌ ଥିବାର ସୁଯୋଗ ନେଇ ଗତ ମାର୍ଚ୍ଚ ୧୪ରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଉତ୍ପାଦନ ଶୁଳ୍କରେ ୩ ଟଙ୍କା ଲେଖାଏଁ ଓ ମେ’ ୧୫ରେ ପେଟ୍ରୋଲ୍‌ ଉପରେ ୧୦ଟଙ୍କା ଓ ଡିଜେଲ୍‌ରେ ୧୩ ଟଙ୍କାର ଟିକସ ଲଗାଇଥିଲେ।

ଏହି ଦୁଇ ଥର ଟିକସରେ ଯେଉଁ ବୃଦ୍ଧି ହୋଇଥିଲା ତାହାର ପ୍ରଭାବ ଖୁଚୁରା ମୂଲ୍ୟ ଉପରେ ପଡ଼ି ନ ଥିଲା। ସେହି ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଳର ବ୍ୟାରେଲ ପିଛା ଦାମ୍‌ ୨୦ ଡଲାର ଭଳି ନିମ୍ନ ସ୍ତରରେ ରହିଥିଲା। ବର୍ତ୍ତମାନ ଏହି ଦାମ୍‌ ୪୨ ଡଲାରରୁ ଅଧିକ ହୋଇଗଲାଣି। ଏକ ଡଲାରର ମୂଲ୍ୟ ୭୬ ଟଙ୍କାରୁ ଅଧିକ ହୋଇଯାଇଛି। ସେଥିପାଇଁ ଅଶୋଧିତ ତେଲ ଆମଦାନି କରିବା ଲାଗି ତେଲ କଂପାନିଗୁଡ଼ିକୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି।

Leave A Reply

Your email address will not be published.