News portal website
before header
[URIS id=5393]

କରୋନା ସମୟରେ ପୂର୍ବଭାରତରେ ପ୍ରଥମ : ଏସ୍‌ସିବିରେ ହେଲା ୭୭ତମ ଅସ୍ଥିମଜ୍ଜା ପ୍ରତିରୋପଣ

0 193

କଟକ : କରୋନା ସମୟରେ ପୁଣି ଇତିହାସ ରଚିଛି କଟକ ବଡ଼ଡାକ୍ତରଖାନା। ମାର୍ଚ୍ଚ ଲକ୍‌ଡାଉନ୍‌ ପରଠାରୁ ଏସ୍‌ସିବିରେ ଅସ୍ଥିମଜ୍ଜା ପ୍ରତିରୋପଣ ବନ୍ଦ ରହିଥିଲା। ଏବେ ନୂତନ ଗାଇଡ୍‌ଲାଇନ୍‌ ଅନୁସାରେ ରୋଗୀଙ୍କ କୋଭିଡ୍‌ ପରୀକ୍ଷା ପରେ ଜଣେ ରୋଗୀଙ୍କ ସଫଳ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ପୂର୍ବଭାରତର ପ୍ରଥମ ସରକାରୀ ମେଡିକାଲ କଲେଜ ଭାବେ ଏସ୍‌ସିବିରେ ଏହି ପ୍ରତିରୋପଣ କରାଯାଇଛି ଏବଂ ହେମାଟୋଲୋଜି ବିଭାଗରେ ଏହା ହେଉଛି ତଥା ୭୭ତମ ରୋଗୀଙ୍କ ପ୍ରତିରୋପଣ।

Notice

୭୭ତମ ରୋଗୀ ହେଉଛନ୍ତି ନୟାଗଡ଼ ଜିଲ୍ଲା ଖମାରସାହିର ସତ୍ୟବାଦୀ ନାଏକ(୫୫)। ସତ୍ୟବାଦୀ ଅସ୍ଥିଗ୍ରନ୍ଥି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ ଏସ୍‌ସିବି ହୋମାଟୋଲୋଜି ବିଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ କରୋନା ପାଇଁ ଜରୁରି ଅସ୍ତ୍ରୋପଚାରକୁ ଛାଡ଼ି ବାକି ସବୁ ଓଟି ବନ୍ଦ ଥିବାରୁ ତାଙ୍କ ଅସ୍ତ୍ରୋପଚାର ବନ୍ଦ ଥିଲା। ଏବେ ସରକାର ଅସ୍ତ୍ରୋପଚାର ପାଇଁ ନୂତନ ଗାଇଡ୍‌ଲାଇନ୍‌ ଜାରି କରି ସ୍ବାଭାବିକ ଓଟି ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଏସ୍‌ସିବିରେ ୭୭ତମ ରୋଗୀ ଭାବେ ଶ୍ରୀ ନାଏକଙ୍କ ଗତକାଲି ଷ୍ଟେମ୍‌ ସେଲ ସଂଗ୍ରହ କରାଯାଇଥିଲା ଓ ଆଜି ତାର ପ୍ରତିରୋପଣ ସମ୍ଭବ ହୋଇଛି। ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ ଟିମ୍‌ ଏହି ଅସ୍ତ୍ରୋପଚାର କରି ଏସ୍‌ସିବି ତଥା ରାଜ୍ୟର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳ ଅଧ୍ୟାୟ ଯୋଡିଛନ୍ତି। ପ୍ରଫେସର ଡାକ୍ତର ଏସ୍‌.ବି ରାଉତ୍‌, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଏମ୍‌.ଏମ୍‌. ବିଶ୍ବାଳ, ଦେବୀପ୍ରସାଦ ଜେନା, ଆରଏନ୍‌. ସାହୁ , ରଶ୍ମି ଭୋଇ, ସ୍ନେହ ମଙ୍ଗରାଜ, ମନ୍ଦାକିନୀ, ରଞ୍ଜିତା, ଅନୁ ଓ ସଂଗ୍ରାମ ବାରିକ୍‌ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି, ଢେଙ୍କାନାଳ ଜିଲ୍ଲାର ବିରଞ୍ଚି କୁମାର ସାହୁ(୫୮)ଙ୍କର ଆସନ୍ତା ୨୪ତାରିଖରେ ଷ୍ଟେମ୍‌ ସେଲ ସଂଗ୍ରହ କରାଯାଇ ୨୫ରେ ପ୍ରତିରୋପଣ କରାଯିବ ବୋଲି ହେପାଟୋଲୋଜି ବିଭାଗ ମୁଖ୍ୟ ତଥା ଅସ୍ତ୍ରୋପଚାର କରୁଥିବା ଡାକ୍ତର ଜେନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.